ରାଗିଂର ଶିକାର ହୋଇ ଆତ୍ମହତ୍ୟା !

0
103
ରାଗିଂର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୮/୦୩) : ରାଗିଂର ଶିକାର ହୋଇ ଆତ୍ମହତ୍ୟା କଲେ ଇଞ୍ଜିନିୟରିଂ ଛାତ୍ରୀ । ଯାଜପୁର ସରକାରୀ ପଲିଟେକନିକ କଲେଜର ବିରଜା ହଷ୍ଟେଲର ଜଣେ ୩ୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

ରାଗିଂର ଶିକାର ହୋଇ ଆତ୍ମହତ୍ୟା ! ବେକରେ ଚୁନି ଲଗାଇ ନିଜ ରୁମ୍ ରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ରୁମ୍ ମେଟ୍ ଓ ଅନ୍ୟ କିଛି ଛାତ୍ରୀଙ୍କ ଦ୍ଵାରା ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତା ଛାତ୍ରୀ ଜଣକ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗ୍ରାମ ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର ( ୧୮) ବୋଲି ଜଣାପଡିଛି । ସେ ୪ଟି କ୍ୟାମ୍ପସ ପାଇଥିବା ବେଳ ଜଣେ ମେଧାବୀ ଛାତ୍ରୀ ଥିଲେ ବୋଲି କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ପୃଷ୍ଟି ସୂଚନା ଦେଇଛନ୍ତି ।

କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ କୌଣସି ସୂଚନା ମିଳିନାହିଁ । ହେଲେ ପରିବାର ଲୋକଙ୍କ କହିବା କଥା ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ସେ ଫୋନରେ ଘରକୁ ଜଣାଇଥାନ୍ତି । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ କୋରେଇ ଥାନା ଆଇଆଇସି ସଂଘମିତ୍ରା ମଲିକ ଓ ଯାଜପୁର ଏସଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।