Friday, March 29, 2024

Top 5 This Week

Related Posts

ଜଳ ଓ ପରିମଳ ବିଭାଗର ଅଜବ ନୀତି ହଜାର ହଜାର ଲିଟର ପାଣି ଅପଚୟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,(୨୭/୩) : ଜନ ସାଧାରଣଙ୍କୁ ପାନୀୟ ଜଳ ସମସ୍ୟା ଦୁର କରିବାପାଇଁ ଦୃଷ୍ଟିିରେ ରଖି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଜଳ ଓ ପରିମଳ ବିଭାଗର ଅଜବ ନୀତି ହଜାର ହଜାର ଲିଟର ପାଣି ଅପଚୟ ହେଉଛି କର୍ମଚାରୀ ଙ୍କ ଦୃଷ୍ଟି ପଡୁନି ଲୋକଙ୍କୁ ମିଳୁନି ଘୋରଇ ସଂଯୋଗ ।WhatsApp Image 2023 03 28 at 08.32.52 ଜଳ ଓ ପରିମଳ ବିଭାଗର ଅଜବ ନୀତି ହଜାର ହଜାର ଲିଟର ପାଣି ଅପଚୟ

ଗାଁ ଗାଁ’ରେ ନଳକୂପ ଖନନନ ସାଙ୍ଗକୁ ସୋଲାର ମାଧ୍ୟମରେ ପାନୀଜଳ ବ୍ୟବସ୍ଥା ହଉ ରି ମେଘାପ୍ଲାଣ୍ଟ ଭଳି ଯୋଜନା କରି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଆସୁଛନ୍ତି । ବିଡମ୍ବନାର ବିଷୟ ଜଳ ଓ ପରିମଳ ବିଭାଗର ଅଜବ ନୀତି ଯୋଗୁଁ ଅନ୍ୟ ପଟେ ହଜାର ହଜାର ଲିଟର ପାଣି ଅପଚୟ ହେଉଥିବା ବେଳେ କିଛି ଲୋକ ନିଜ ଘରୋଇ ପାନୀୟ ଜଳ ସଂଯୋଗକୁ ବ୍ୟବହାର ନକରି ଅପ ବ୍ୟବହାର କରି ରଖିଥିଲେ ମଧ୍ୟ ବିଭାଗିୟ କର୍ମଚାରୀ ମାନଙ୍କ ଦୃଷ୍ଟି ପଡୁନି ଏ ପଟେ ବାକି ଲୋକଙ୍କୁ ଦିଆଯାଉନି ଘୋରଇ ପାନୀୟ ଜଳ ସଂଯୋଗ ।

ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସଦର ମହକୁମାରେ । ଏହା ଆମେ କହୁନୁ ଆମେ ଯାହା ଦେଖିଲୁ ତାହା ଲେଖିଲୁ ମୁଖ୍ୟ ସଡକ ର ଉଭୟ ପାର୍ଶରେ ରହିଥିବା ଘରଇ ପାନୀୟ ଜଳ ସଂଯୋଗର ଦୃଶ୍ୟ କହୁଛି । ଏହି ଦୃଶ୍ୟକୁ ବିଭାଗୀୟ ନିଜେ ଦେଖିଲେ ଜାଣି ପାରିବେ ନା ସବୁ ଜାଣି ସବୁ ଦେଖିକି ମଧ୍ୟ ଅଣଦେଖା କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ରହିଛି ପ୍ରତ୍ୟକ ସହାରାଞ୍ଚଳ ହଉକି ଗ୍ରାମାଞ୍ଚଳ ବା ଦୃଗମାଞ୍ଚଳ ର ପ୍ରତ୍ୟକ ଘରେ ଘରେ ପାଇପ ସଂଯୋଗ କରି ପାନୀଳଜଳ ଜଗାଇଦବା ପାଇଁ କିନ୍ତୁ କଲ୍ୟାଣସିଂହପୁର ବ୍ଲକରେ ଓ ସଦର ମହକୁମାରେ କାଁଭାଁ କିଛି ଘରକୁ ପାନୀୟ ଜଳ ସଂଯୋଗ କରାଯାଇଥିବା ବେଳେ ଅନେକ ଘର ମାନଙ୍କୁ ଆଜି ପର୍ଯ୍ୟନ୍ତ ଘରଇ ପାନୀୟ ଜଳ ସଂଯୋଗ ହୋଇପାରୁ ନାହିଁ । ଅନ୍ୟ ପଟେ ଯେଉଁ ଘର ମାନଙ୍କୁ ପାନୀୟ ଜଳ ଘରଇ ସଂଯୋଗ ଦିଆଯାଇଛି ଏଥିରୁ ମୁଖ୍ୟ ବଜାରରେ ଅନେକ ଲୋକ ନିଜ ଘରକୁ ନେଇଥିବା ପାଇପ ଗୁଡିକ ଘର ଭିରକୁ ସଂଯୋଗ ନକରି ବାହାରେ ଦରଖଣ୍ଡିଆ ପାଇପ ଗୁଡିକ ଛାଡି ଦେଇଥନ୍ତି ।

ଏଭଳି ଦର ଖଣ୍ଡିଆ ପାଇପ ଛାଡି ଦେଇଥିବାରୁ ପାଣି ଛାଡିବା ସମୟରେ ହଜାର ହଜାର ଲିଟର ପାଣି ଅପଚୟ ହୋଇ ରାସ୍ତାରେ ପଡି ନଷ୍ଟୋ ହେଉଛି ଅନ୍ୟ ପଟେ କିଛି ଲୋକ ସେଇ ଦର ଖଣ୍ଡିଆ ପାଇପକୁ ଡ୍ରେନରେ ଥିବା ହଲ ଭିତରେ ପୁରାଇ ଦେଇ ରଖିଥିବାରୁ ଏହି ବିଷୁଦ୍ଧ ପାଣି ଡ୍ରେନରେ ଯାଇ ନଷ୍ଚ ହେଉଥିବା ଦେଖିବାକୁ ମିଳିଛି । ଏହା ଗୋଟିଏ ଦିନର କଥା ନୁହଁ ପ୍ରତ୍ୟକ ଦିନ ଏଭଳି ପାଣି ନଷ୍ଟ ହେବାରେ ଲାଗିଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀର ନଜର ପଡୁ ନଥିବା ଦୃଭାଗ୍ୟର ବିଷୟ ଭଳି ମନେ ହେଉଛି । ଏପରି ସବୁଦିନ ହଜାର ହଜାର ଲିଟର ପାଣି ନଷ୍ଟ ହେଉଥିଲେ ନଦୀର ଆସୁଥିବା ପାଣି ମଧ୍ୟ ଶେଷ ହୋଇଜିବ ବୋଲି ଜଣା ପଡୁଛି ।

ଏଥି ପ୍ରତୀ ସ୍ଥାନୀୟ ଜଳ ପରିମଳ ବିଭାଗ ଅଧିକାରୀ ଦୃଷ୍ଟିଦେଇ ଅପଚୟ ହେଉଥିବା ପାଣିକୁ ବନ୍ଦ କରିବା ସହ ଯେଉଁ ମାନଙ୍କୁ ଘୋରଇ ପାଇପର ସଂଯୋଗ ଆବସ୍ୟକ ନାହିଁ ସେମାନଙ୍କର ପାଇପ ସଂଯୋଗ ଗୁଡିକ ବନ୍ଦ କରିବା ସହ ଯେଉଁ ମାନଙ୍କୁ ଘୋରଇ ପାଇପ ସଂଯୋଗ ଦିଆ ଯାଇନାହିଁ ସେମାନଙ୍କୁ ଦିଆଯାଉ ବୋଲି ବୁଦ୍ଧିଜୀି ଓ ଗ୍ରାମବାସୀ ମାନେ ଅଭିେଯାଗ କରିଛନ୍ତି । ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ ଗୁଡିକ ଟଙ୍କା ଖର୍ଚ୍ଚକରି ତିଆରି କରାଯାଇଛି କିନ୍ତୁ ସେଥିରେ ପାଇପ ସଂଯୋଗ ନକରି ଛାଡି ଦେଇଛନ୍ତି ଯାହା ଫଳରେ ପଥଚାରୀ ମାନେ ପାନୀୟ ଜଳରୁ ବଞ୍ଚିତ ରହୁଛନ୍ତି । କିଛି ସ୍ଥାନରେ ଏହି ଷ୍ଟାଣ୍ଡପୋଷ୍ଟ ଗୁଡିକ ଭାଙ୍ଗି ଗଲାଣି । କଲ୍ୟାଣସିଂହପୁର ସଦର ଜଳ ଓ ପରିମଳ ବିଭାଗର ଖାମଖିଆଲୀ ଯୋଗୁଁ ଅନେକ ଲୋକ ଘୋରଇ ପାଇପ ସଂଯୋଗ ପାଇବାରୁ ବଞ୍ଚିତ ରହିଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ସହ ବଞ୍ଚିତ ରହିଥିବା ଲୋକଙ୍କୁ ତୁରନ୍ତ ଘୋରଇ ପାଇପ ସଂଯୋଗ ଦିଆଯାଉ ବଲି ସାଧାରଣରେ ଦାବି କରିଛନ୍ତି । ଉଲ୍ଲେଖ ଥାଉକି ଆଗକୁ ଗ୍ରୀଷ୍ମକାଳ ପ୍ରଭାବ ବଡିବାରେ ଲାଗିଥିବା ବେଳେ ଟାଣଖରା ସହ ଅସହ୍ଯ ତାତି ସାଙ୍ଗକୁ ଜନ ଅସ୍ତବ୍ୟସ୍ତ ହେବେ ଅନ୍ୟପଟେ ପାନୀୟ ଜଳର ଅଭାବ ରହିବାର ସମ୍ବାବନା ରହିଛି । ବେଳେ ଥାଉ ଥାଉ ସର୍ତକ ରହିବା ଜରୁରୀ ।

Popular Articles