ଜନତା କର୍ଫ୍ୟୁକୁ ଲୋକଙ୍କ ସମର୍ଥନ, ଅଧିକ ସଚେତନତା ପାଇଁ ପୁଲିସର ଘନ ଘନ ପ୍ରଚାର

ରିପୋର୍ଟ: ଜଗଦୀଶ ଦାସ //
ଫୁଲବାଣୀ (୨୨/୦୩): ମାରାତ୍ମକ କରୋନା ଭୂତାଣୁ ସାରା ବିଶ୍ବରେ ମହାମାରୀ ରୁପ ନେଇଥିବାବେଳେ ଆମ ଦେଶରେ ମଧ୍ୟ ବ୍ୟାପିବାରେ ଲାଗିଛି । ଏଣୁ କରୋନାକୁ ହରାଇ ଦେଶକୁ ଜିତାଇବା ପାଇଂ ଆମ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଜିର ଦିନକୁ ଜନତା କର୍ଫ୍ୟୁ ରୁପେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଆଜି ଜି.ଉଦୟଗିରି ସହରବାସୀ ସକାଳ ୦୭ଘଣ୍ଟା ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାହାରକୁ ବାହାରି ନ ଥିବା ଦେଖିବାକୁ ମିଳିଥିଲା । କାଁ ଭାଁ ଲୋକ ଔଷଧ ପାଇଁ ଆସିଥିବା ଦେଖିବାକୁ ମିଳିଥିଲା । ଲୋକଙ୍କୁ ଅଧିକ ମାତ୍ରାରେ ସଚେତନ କରିବା ସକାଶେ ସ୍ଥାନିୟ ପୋଲିସ ଆଇଆଇସି ଧୀରଜ କୁମାର ଲେଙ୍କାଙ୍କ ନେତୃତ୍ବରେ ଏବଂ ଏ ଏସ ଆଇ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସହଯୋଗରେ ପୁଲିସ ଟିମ ଜି.ଉଦୟଗିରି ବ୍ଳକସାରା ବୁଲି ଲୋକେ ଘରୁ ନ ବାହାରି ଜନତା କର୍ଫ୍ୟୁକୁ ମାନିବା ପାଇଁ ଡାକବାଜୀ ଯନ୍ତ୍ର ଯୋଗେ ଘନ ଘନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସହରରେ ଦୋକାନ, ବଜାର , ଗାଡି ,ମଟର ସବୁ ମଧ୍ୟ ବନ୍ଦ ଅଛି ।

ଏଥି ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବଢିବା ଦେଖାଦେଇଛି । ଫଳରେ ମନ୍ଦିର,ମସଜିଦ୍,ଓ ଚର୍ଚ୍ଚ ମଧ୍ୟ ଭକ୍ତଙ୍କ ଅଭାବରୁ ଏବଂ ଯାତାୟତ ଶୁନ୍ୟ ଯୋଗୁଁ ସବୁଆଡେ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି । ରାଇକିଆ ଠାରେ ମଧ୍ୟ ବନ୍ଦ ରହିଛି | ଏହିପରି ସବୁଠାରେ ମଧ୍ୟ ବନ୍ଦ ଥିବା ଦେଖାଦେଇଛି |

Leave a Reply

This site uses Akismet to reduce spam. Learn how your comment data is processed.