ଜନତା କର୍ଫ୍ୟୁ ପ୍ରଭାବରେ ନବରଙ୍ଗପୁର ଜିଲ୍ଲା ଶୁନଶାନ୍

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ . ସତୀଶ //
ନବରଙ୍ଗପୁର (୨୨/୦୩): ସାରା ବିଶ୍ବରେ କରୋ ନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି କରୋନା ଭାଇରସ ସଂକ୍ରମଣ ରୁ ଜନ ସାଧାରଣ ଙ୍କୁ ସଚେତନ କରାଇବା ସହ ଏହି ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଙ୍କ ଆହନ୍ କ୍ରମେ ଦେଶବ୍ୟାପୀ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ ମିଳୁଛି ।

ରାଜ୍ୟ ସରକାରଙ୍କ ସମର୍ଥନ ଫଳରେ ଜନତା କର୍ଫ୍ୟୁ କୁ ସାରା ରାଜ୍ୟରେ ଅଭୂତପୂର୍ବ ସମର୍ଥନ ମିଳିଛି । ମହାମାରୀ କରୋନା ଭୁତାଣୁ ର ମୁକାବିଲା ପାଇଁ ପାଳନ ହେଉଥିବା ଜନତା କର୍ଫ୍ୟୁ କୁ ନବରଙ୍ଗପୁର ଜିଲ୍ଲାରେ ଅଭୂତପୂର୍ବ ସମର୍ଥନ ଦେଖିବାକୁ ମିଳିଛି । ଆଜି ସକାଳ ୭ ଟାରୁ ସାରା ଜିଲ୍ଲାରେ ରାସ୍ତା ଘାଟ ଶୁନଶାନ୍ ପରିଲକ୍ଷିତ ହୋଇଛି। ଦେଶବ୍ୟାପୀ ସକାଳ ୭ ଟା ରୁ ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଥିଲେ । ଏହାକୁ ଦୃଷ୍ଟରେ ରଖି ନବରଙ୍ଗପୁର ଜିଲ୍ଲାରେ ସରକାରୀ , ବେସରକାରୀ , ଟ୍ୟାକ୍ସି ଓ ଅଟୋ ସମସ୍ତ ପରିବହନ ସେବା ଓ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ବେଳେ ଚିକିତ୍ସାଳୟ ଓ କିଛି ଔଷଧ ଦୋକାନ ଖୋଲା ରହିଥିଲା। ନବରଙ୍ଗପୁର ସହର ସମେତ ଉମରକୋଟ , ଡାବୁଗା , ତେନ୍ତୁଳଖୁଣ୍ଟି , କୋଷଗୁମୁଡା , ରାଇଘର , ଚାନ୍ଦା ହାଣ୍ଡି , ଝରିଗାଁ , ନନ୍ଦା ହାଣ୍ଡି ଓ ପାପଡାହାଣ୍ଡି ବ୍ଲକ ରେ ମଧ୍ୟ ଦୋକାନ ବଜାର ସହ ରାଜ ରାସ୍ତା ଜନଶୂନ୍ୟ ରହିଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁର ଜିଲ୍ଲା ପରି ଆଦିବାସୀ ଅଧ୍ୟୁଷିତ ବହୁଳ ଗ୍ରାମାଞ୍ଚଳ ବାସୀ କରୋନା ଭୁତାଣୁ ସଂକ୍ରମିତ ନେଇ ବିଶେଷ କିଛି ଅବଗତ ନ ଥାଇ ମଧ୍ୟ ଜନତା କର୍ଫ୍ୟୁ ସମୟରେ ସତର୍କତା ଅବଲମ୍ବନ କରି ବାହାରକୁ ବାହାରି ନ ଥିବା ଦେଖିବାକୁ ମିଳିଛି । ଜନତା କର୍ଫ୍ୟୁ ରେ କରୋନା ବିପକଷରେ ଲଢୁଥିବା ସମସ୍ତ ଡାକ୍ତର , ଚିକିତ୍ସାଳୟର ଅଧିକାରୀ କର୍ମଚାରି ଓ ସେନାଧିକାରି ,ପୋଲିସ ଅଧିକାରୀ ଓ ସ୍ୱେ୍ଛାସେବୀ ସଙ୍ଘଠନ ର ହିରୋ ମାନଙ୍କୁ ଅଭିବାଦନ ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଘଣ୍ଟ , ତାଳି ଓ ଥାଳି ବଜାଇ ଧନ୍ୟବାଦ୍ ଜଣାଇଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ ।

Leave a Reply

This site uses Akismet to reduce spam. Learn how your comment data is processed.