ସଚେତନତା ର ବାର୍ତ୍ତା ବାଣ୍ଟିଲା”ପ୍ରଦାନ”

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ ୨୨/୦୩: କୋରନା ଭୁତାଣୁ ରୋକିବା ଲାଗି ସଚେତନତା କରିଛନ୍ତି ଲମତାପୁଟ ରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ଅନୁଷ୍ଠାନ “ପ୍ରଦାନ”। ସାରା ବିଶ୍ବ ରେ କାୟା ବିସ୍ତାର କରି ଆତଙ୍କ ସୃଷ୍ଟି କରିଥିବା କୋରନା ଭୁତାଣୁ କୁ କିପରି ରୋକା ଯାଇ ପାରିବ ଏହା ଲାଗି ସଚେତନତା କାର୍ଯ୍ୟକ୍ରମ କରିଥିଲେ। ସ୍ଥାନୀୟ ଆଶା କିରଣ ହସ୍ପିଟାଲ୍ ରୁ ଏକ ରାଲି ବାହାରି ଲାମତାପୁଟ ସହର ପର୍ଯ୍ୟନ୍ତ ସମସ୍ତ ହୋଟେଲ୍ ଚାହା ଦୋକାନକୁ ଯାଇ ଦୋକାନ ମାଲିକ ମାନଙ୍କୁ କହିଥିଲେ କି ସମସ୍ତ ଗ୍ରାହକ ମାନଙ୍କୁ ଖାଇବା ପୂର୍ବରୁ ଭଲ ସେ ସାବୁନ୍, ଡେଟଲ୍ ସହିତ ହାତ ମୁଁହ ଧୋଇବା ପାଇଁ କହିଥିଲେ।

ଦିନକୁ ଚାରି ଥର ହାତ ଧୋଇବା, ତିନି ଚାରି ଜଣ ରୁ ଅଧିକ ଲୋକ ଠିଆ ନହେବା, ଗରମ ଖାଦ୍ୟ ଖାଇବା,ପାନ ପୁଡିଆ ଖାଇ ଏଣେତେଣେ ଛେପ ନ ପକାଇବା ବାସି ଖାଦ୍ୟ ନ ଖାଇବା, ବାହା ଘର ବ୍ରତ ପାଳନ ଏବେ ନ କରିବା, ଦାଦନ ଯାଇ ଆସୁ ଥିବା ଲୋକ ମାନେ କାହା ସହିତ ନ ମିଶି ୧୪ ଦିନ ପର୍ଯ୍ୟନ୍ତ ଜଣେ ଲୋକ ରହିବା ପାଇଁ ପରାମର୍ଶ ଦେଇଥିଲେ ଏହା ସହିତ ଏକ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ପ୍ରସାର କରିଥିଲେ। କିପରି ହାତ ଧୋଇବା ହେଣ୍ଡ ୱାସ୍ ସାହାଯ୍ୟ ରେ ଧୋଇ ଦେଖାଇ ବା ସହ ଗୋଟାଏ ଗୋଟିଏ ହେଣ୍ଡ୍ ୱାସ ବାଣ୍ଟି ଥିଲେ। ଏହି ରୋଗ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବାରୁ କେବଳ ଏହାକୁ ସ୍ବଚ୍ଛତା ଅବଲମ୍ବନ କରାଗଲେ ଏହି ଭୂତାଣୁ ସଂକ୍ରମଣ ରୋଗ କୁ ରୋକା ଯାଇ ପାରିବ ବୋଲି ଲୋକ ମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଶଶାଙ୍କ ସାହୁ, ଭାସ୍କର ବୋର,ଅଖିଳେଶ ଶର୍ମା, ରଶ୍ମିତା ସେଠି, ରଶ୍ମିତା ବେହୁରା, ନିକିତା ଶାଇକିଆ, ବିନାୟକ ପାଣିଗ୍ରାହୀ ଅଶୋକ ବିଶଇ, ଋତୁପୂର୍ନା,ଅଭିମନ୍ୟୁ ଶ୍ରୀଧର, ଡମୁ,ଜଗୁ, ମଦନ, ମହୋନ, ନରସିଂହ ପ୍ରମୁଖ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ ଙ୍କୁ ସଚେତନ କରି ଥିଲେ। ଲମତାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏଭଳି ମହତ୍ କାର୍ଯ୍ୟକୁ ଅଞ୍ଚଳ ବାସି ଭୂଇୟସୀ ପ୍ରଶଂସା କରା ଯାଇଛି।

Leave a Reply

This site uses Akismet to reduce spam. Learn how your comment data is processed.