Thursday, March 28, 2024

Top 5 This Week

Related Posts

ଆସନ୍ତା କାଲିଠାରୁ ଯାଞ୍ଚ ହେବ କଡାକଡି, ସତର୍କ ହୋଇଯାଆନ୍ତୁ ଚାଳକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୭/୦୩) : ପରିବହନ ବିଭାଗର କଡା ନିର୍ଦ୍ଦେଶ । ଆସନ୍ତା କାଲିଠାରୁ ପୁଣି କଡାକଡି ହେବ ଯାନବାହାନ ଚେକିଂ ।

ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ । ସ୍କୁଲ ଛାତ୍ରଛାତ୍ରୀ ଗାଡି ଚଳାଉଥିଲେ ସାବଧାନ । ଆସନ୍ତା କାଲିଠାରୁ ଯାଞ୍ଚ ହେବ କଡାକଡି । ମୋଟର ଆଇନ 19A ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ । ନିୟମ ଉଲଘଂନକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଉ ଯଦି ଅମାନିଆ ହୋଇ ଧରାପଡିଲେ ତେବେ ୨୫ ହାଜର ଟଙ୍କା ପର୍ଯ୍ୟନ୍ତ ହେବ ଫାଇନ । ଏହା ସହ ଗାଡି ମାଲିକ କିମ୍ବା ଅଭିଭାବକଙ୍କୁ ଯିବାକୁ ପଡିପାରେ ଜେଲ । ୨୫ ବର୍ଷ ପର୍ଯ୍ୟନ୍ତ ଗାଡି ଲାଇସେନ୍ସ ମଧ୍ୟ କରି ପାରିବେ ନାହିଁ । ୧୮ ବର୍ଷରୁ କମ ବୟସ ପିଲା ମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ । ପରିବହନ ବିଭାଗ ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ସୂଚନା ।

Popular Articles