ମାଲକାନଗିରିରେ ଜନତା କର୍ଫ୍ୟୁକୁ ସମର୍ଥନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ କେ ବିଶ୍ୱାସ //
ମାଲକାନଗିରି(୨୨/୦୩): ସମଗ୍ର ବିଶ୍ୱରେ କରୋନା ଭାଇରସର ଆତଙ୍କ ଦେଖାଦେଇଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ରବିବାର ଦିନ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି | ଏହାକୁ ମାଲକାନଗିରି ଜିଲ୍ଲାବାସୀ ସମର୍ଥନ କରିଛନ୍ତି |

କର୍ଫ୍ୟୁ ପାଇଁ ମାଲକାନଗିରି ସହର ଠୁ  ଆରମ୍ଭ କରି ଗାଁ ଗହଳି ସକାଳ ୯ଟା ରୁ ଜନଶୂନ୍ୟ ହୋଇଯାଇଥିଲା | ସମସ୍ତେ ଘର ଭିତରେ ରହି ଜନତା କର୍ଫ୍ୟୁକୁ ସମର୍ଥନ କରିଥିଲେ  | ମାଲକାନଗିରି ଜିଲ୍ଲାରେ କେବଳ ସମସ୍ତ ଔଷଧ ଦୋକାନ ଗୁଡିକ ଖୋଲାରହିଥିଲା ଓ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ହୋଇଯାଇଥିଲା | ପେଟ୍ରୋଲ ପମ୍ପ ମଧ୍ୟ୍ୟ ବନ୍ଦ ରହିଥିଲା | ମାଲକାନଗିରି ସହରରେ ବିଭିନ୍ନ ସ୍ଥାନରେ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ ଓ ତାଙ୍କ ସହଯୋଗୀ ରହି ଲୋକ ମାନଙ୍କୁ ସଚେତନତା କରିଥିଲେ ଯେ କୌଣସି କାମ ନ ଥିଲେ ଘରୁ ନ ବାହାରିବା ପାଇଁ ଏବଂ ବିଭିନ୍ନ ପ୍ରକାର ସଚେତନତା ବାର୍ତା ଦେଇଥିଲେ |

କରୋନା ଭାଇରସ ଠାରୁ ଦୂରରେ ରହି କୌଣସି ସ୍ଥାନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷା କରିବା, ବାହାରକୁ ଗଲେ ମାସ୍କ ବ୍ୟବହାର କରିବା, ହାଟ ବଜାରରେ ଅଯଥାରେ ଗହଳି ନ କରିବା ଭଳି  ଜନସଚେତନତାର ବାର୍ତା ଦେଇଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.