Friday, March 29, 2024

Top 5 This Week

Related Posts

ଆଲବମ୍ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ରୁଚିସ୍ମିତାଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ?

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୨୭/୦୩) : ଆଲବମ୍ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଭାଇ ପରେ ଭଉଣୀର ଆତ୍ମହତ୍ୟା । ବଲାଙ୍ଗିରରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ମୃତକ ହେଲେ ରୁଚିସ୍ମିତା ଗୁରୁ, ଯିଏକି ଜଣେ ଆଲବମ୍ ଅଭିନେତ୍ରୀ । ରୁଚିସ୍ମିତା ସୁଦପଡା ସ୍ଥିତ ନିଜ ମାମୁଁ ଘରେ ଥିଲେ । ରବିବାର ଅପରାହ୍ନରେ ପରିବାର ଲୋକେ ସମସ୍ତେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରୁଚିସ୍ମିତା ଘରେ ଥିଲେ । ଅପରାହ୍ନ ୩/୪ ଟା ସମୟରେ ଫେରି ଦେଖିଲା ବେଳକୁ ତାଙ୍କର କୋଠରୀ ଭିତର ପଟୁ କବାଟ ଦିଆହୋଇଥିଲା । ବାରମ୍ବାର ଡାକିବା ପରେ ବି ରୁଚିସ୍ମିତା କିଛି ଉତ୍ତର ନଦେବାରୁ ମାମୁ ଘର ଲୋକେ ତାଙ୍କର ମାଆଙ୍କୁ ଡାକିଥିଲେ । ଏହାପରେ ଘର ଭିତରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ରୁଚିସ୍ମିତାଙ୍କ ଘର ସୋନପୁର ଜିଲ୍ଲା ବିରମହାରାଜପୁର ଟାଙ୍ଗରସାହିରେ। ରୁଚିସ୍ମିତାଙ୍କ ବାପା ଉପଜିଲ୍ଲାପାଳ ଅଫିସର ଡ୍ରାଇଭର ଥିଲେ ଏବେ ଅବସର ନେଲେଣି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି । ଏହାପୂର୍ବରୁ ରୁଚିସ୍ମିତାଙ୍କ ଭାଇ ମଧ୍ୟ ସୋନପୁର ବ୍ଲକଛକ ପଛପଟେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

Popular Articles