ଦଣ୍ଡଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ

0
75
ଦଣ୍ଡଯାତ୍ରା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର,(୨୭/୦୩) : ଚଣ୍ଡୀଗଡ଼ ଗ୍ରାମରେ ଦଣ୍ଡଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ । ବୌଦ୍ଧ ଥାନା ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଗଡ଼ ଗ୍ରାମରେ ଦଣ୍ଡଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣ ସାମାନ୍ୟ ଆହତଙ୍କୁ ସମସ୍ତଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଶନିବାର ମଧ୍ୟ ରାତ୍ରରେ ଚଣ୍ଡିଗଡ଼ ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦଣ୍ଡଯାତ୍ରା ପାଇଁ ରୀତିନୀତି ଅନୁଯାୟୀ ମହାଦେବଙ୍କ ପୀଠରୁ ଦଣ୍ଡ ଉଠିଥିଲା । ତେଣୁ ରୀତିନୀତି ଅନୁଯାୟୀ ଦଣ୍ଡ ଉଠିବା ପରେ ସେହି ଗ୍ରାମରେ ଗୋଟିଏ ଦିନ ଦଣ୍ଡୁଆ ମାନେ ରହି ପୂଜାର୍ଚ୍ଚନା ପରେ ଅନ୍ୟ ଗ୍ରାମକୁ ଯାଇଥାନ୍ତି ହେଲେ ଚଣ୍ଡିଗଡ ଗ୍ରାମରେ ଅଶ୍ଵଚ ପାଇଁ ଆଜି ସେହି ଗ୍ରାମରେ ନ ରହି ଅନ୍ୟ ଗ୍ରାମ ତଥା ନିକଟରେ ଥିବା ବେନ୍ଦ୍ରୀରିପାଳି ଗ୍ରାମକୁ ଦଣ୍ଡୁଆ ମାନେ ଛତିଛତ୍ର ଧରିଯାଉଥିବା ବେଳେ ଚଣ୍ଡିଗଡି ଗ୍ରାମର ଆଉ ଏକ ଗୋଷ୍ଠୀ ସଙ୍ଘବଧ ଭାବରେ ଠେଙ୍ଗା ଓ ପଥର ଦ୍ୱାରା ଲୋକମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ୪ ଜଣ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ ଚଣ୍ଡିଗଡ଼ ଗ୍ରାମର ଶରତ ଦେହୁରୀ, ସନ୍ତୋଷ ଦେହୁରୀ, ଦେବରାଜ ଦେହୁରୀ ଓ ବ୍ରଜ ମୋହନ ଦେହୁରୀ ବୋଲି ଜଣାପଡିଛି । ସେମାନ ମଧ୍ୟରୁ ଅଧିକ ଗୁରୁତର ହେବାରୁ ଶରତ ଦେହୁରୀ ଙ୍କୁ ବୁର୍ଲା ସ୍ଥାନାସ୍ତରିତ କରାଯାଇଛି ବର୍ତ୍ତମାନ ଘଟଣା ସ୍ତଳରେ ଜଂହାପଙ୍କ ଫାଣ୍ଡି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।