Friday, March 29, 2024

Top 5 This Week

Related Posts

ମିଳିତ ଅମଲା ସଂଘର ନୂତନ କମିଟି ଗଠିତ 

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୬/୩) : ଆଜି କୋରାପୁଟ ଜିଲ୍ଲାର ବିଭିନ୍ନ ବିଭାଗର ଅମଲା ମାନଙ୍କୁ ନେଇ ଏକ ମିଳିତ ଅମଲା ମଞ୍ଚ ବୈଠକ କୋରାପୁଟ ଦକ୍ଷତା ବିକାଶ କେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 03 26 at 19.48.41 ମିଳିତ ଅମଲା ସଂଘର ନୂତନ କମିଟି ଗଠିତ 

ଶଶିଭୂଷଣ ଦାଶ, ସଭାପତି, ଓଡିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାଙ୍କ ଆହ୍ୱାନ କ୍ରମେ ରାଜସ୍ୱ ବିଭାଗ, କୋଷାଗାର ବିଭାଗ ଓ ନିବନ୍ଧକ ବିଭାଗ ସମେତ ୩୨ ଟି ବିଭାଗର ଶତାଧିକ ଅମଲା ଭାଇ ଭଉଣୀ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ପୁର୍ବତନ ସଭାପତି, ଓଡିଶା ଅମଲା ସଂଘ, କୋରାପୁଟ ଜିଲ୍ଲା ଶାଖା ଶ୍ରୀ ସୁନାକର ରାଉତ, ରାଜ୍ୟ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ରାଜସ୍ୱ ଅମଲା ସଂଘ ଶ୍ରୀ ପ୍ରସନ୍ନ କୁମାର ନାୟକ, କୋରାପୁଟ ଜିଲ୍ଲା ରାଜସ୍ୱ ଅମଲା ସଂଘ ସଭାପତି ଶ୍ରୀ ମନୋଜ କୁମାର ବାରିକ୍ ଓ କୋରାପୁଟ ଜିଲ୍ଲା ରାଜସ୍ୱ ଅମଲା ସଂଘ ସମ୍ପାଦକ ଶ୍ରୀ ନିତ୍ୟାନନ୍ଦ ଭତରା ପ୍ରମୁଖ ଯୋଗଦାନ କରିବା ସହିତ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ରାଜ୍ୟ ମିଳିତ ଅମଲା ମଞ୍ଚର ଆହ୍ବାନ କ୍ରମେ ମିଳିତ ଅମଲା ମଞ୍ଚର କମିଟି ଗଠନ କରା ଯାଇଥିଲା ।

ସର୍ବସମ୍ମତିକ୍ରମେ ସୁନାକର ରାଉତଙ୍କୁ ମୁଖ୍ୟ ଉପଦେଷ୍ଟା, ମନୋଜ କୁମାର ବାରିକଙ୍କୁ ଉପଦେଷ୍ଟା, ପ୍ରସନ୍ନ କୁମାର ନାୟକଙ୍କୁ ଅଧ୍ୟକ୍ଷ, ନିତ୍ୟାନନ୍ଦ ଭତରାଙ୍କୁ ସମ୍ପାଦକ, ରାଜିବ ଲୋଚନ ପ୍ରଧାନଙ୍କୁ କୋଷାଧ୍ୟକ୍ଷ, ସମରେନ୍ଦ୍ର ବେଉରାଙ୍କୁ ମିଡିଆ ସମ୍ପାଦକ ଭାବରେ ଚୟନ କରିଥିବା ସ୍ଥଳେ ଶ୍ରୀ ଶଶୀଭୂଷଣ ଦାଶଙ୍କୁ ସଭାପତି ଭାବରେ ଚୟନ କରିଥିଲେ । ଅମଲା ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ଦାବିରେ ଅମଲା ସଂଘ ଅଟଳ ସରକାର ଶିଘ୍ର ଯଦି ଏ ବାବଦରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆଗାମି ଦିନ ରେ ଆନ୍ଦୋଳନ ଜୋରଦାର ହେବା ନେଇ ସମସ୍ତ ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିଥିଲେ । ପରିଶେଷରେ ଶ୍ରୀ ଦାଶ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରିଥିଲେ ।

Popular Articles