ସମସ୍ୟାକୁ ନେଇ ପଦ୍ମପୁର ଶାନ୍ତିନଗର କମିଟି ତରଫରୁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ରିପୋର୍ଟ: ଡିଳେଶ୍ୱର ବାଗ //
ପଦ୍ମପୁର(୨୧/୦୩): ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର ୨ଶାନ୍ତିନଗରରେ ପ୍ରଶାସନ ତରଫରୁ କୋରୋନା ଉପରେ ଲୋକଙ୍କ ସଚେତନତା କରିବା କୋଣସି ପଦକ୍ଷେପ ନିଆଯାଉଥିବା ଏ ପ୍ରଯ୍ୟନ୍ତ ଆଖିଦୃଶିଆ ହୋଇ ନାହିଁ ।

ଶାନ୍ତିନଗର ବାସୀଙ୍କ ତରଫରୁ ଉକ୍ତ ପ୍ରସଙ୍ଗକୁ ନେଇ ଅଧିକ ସଚେତନତା ସୃଷ୍ଟି କରିବାକୁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରୁଛନ୍ତି । ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ମାସ୍କ ଓ ଗ୍ଲୋବ ଭଳି ଅତ୍ୟାବଶ୍ୟକ ଜିନିଷ ଯୋଗାଇବାକୁ ସହ ଅଞ୍ଚଳର ନାଳ ନର୍ଦ୍ଧମାକୁ ସଫା ରଖିବା ଏବଂ ସପ୍ଲାୟ ପାଣିରେ ଆସୁଥିବା ନାର୍ଦ୍ଧମା ପାଣି ଧ୍ୟାନ ଦେବାପାଇଁ ଅନୁରୋଧ ରହିଲା । ଶାନ୍ତିନଗରରେ ଥିବା ଦୁଇଟି ମୁଖ୍ୟ ଡ୍ରେନର ସମସ୍ୟା ରହିଛି । ପ୍ରଥମ ଡ୍ରେନଟି ହେଲା ଅରବିନ୍ଦ ସାହୁ ଘର ଠାରୁ ଚାନ୍ସେଲର ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟଟି ହେଲା ମହେଶ ପଣ୍ଡା ଘର ଠାରୁ ଅମୀୟ ପୁରୋହିତ ଘର ପର୍ଯ୍ୟନ୍ତ । ଦୁଇଟି ଯାକ ଡ୍ରେନ ଦୀର୍ଘ କୋଡିଏ ବର୍ଷ ପୂର୍ବେ ତିଆରି ହୋଇଥିବା ବେଳେ ଏ ପ୍ରଯ୍ୟନ୍ତ ତାର କୋଣସି ମରାମତି କାମ ହୋଇନାହିଁ । ଫଳରେ ଦୁଇଟି ଯାକ ଡ୍ରେନ ଭଙ୍ଗା ଅବସ୍ଥାରେ ପଡ଼ିରହିଛି । କାଳୀପ୍ରସଦ ସାହୁ ଘର ଓ ଅମୀୟ ପୁରୋହିତ ଘର ମଝିରେ ଥିବା କଲଭଟ ଟି ମଇଳା ରେ ପୁରା ଜାମ ଅଛି । ରୋଡ ଠାରୁ କଲଭଟ ତଳରେ ଥିବାରୁ ମଇଳା ପାଣି ଯାଇପାରୁନାହିଁ । ମହେଶ ପଣ୍ଡା ଠାରୁ ଅମୀୟ ପୁରୋହିତ ଘର ପ୍ରଯ୍ୟନ୍ତ ଥିବା ଡ୍ରେନଟିର ମଇଳା ଦୀର୍ଘ ୧ମାସ ହେଲା ଏନ .ଏ .ସି ସଫା କରିନାହିଁ । ଶାନ୍ତିନାଗର ଥିବା ଏକ ହୋଟେଲ ହଟଷ୍ଟପ ତାର ସମସ୍ତ ମଇଳା ଓ ମଇଳା ପାଣିକୁ ଶାନ୍ତିନଗର ରାସ୍ତାରେ ଡ୍ରେନିଜ ଛାଡ଼ୁଛି | ଏହି ସବୁ ସମସ୍ୟାକୁ ନେଇ ପଦ୍ମପୁର ଶାନ୍ତିନଗର କମିଟି ତରଫରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ଦେଇଥିଲେ । ଏଥିରେ କୁନାଲ ପାଣିଗ୍ରାହୀ,ଦେବାଶିଷ ରଥ,ପ୍ରତାପ ନାଥ,ଅମୀୟ ପୁରୋହିତ,ମାନସ ମହାନ୍ତି,ପ୍ରଫୁଲ୍ଲ ବେହେରା,ଚିତ୍ତ ବିଶି,ଦେବାଶିଷ ସାହୁ,ଝସକେଟନ ପସାୟତ,ମୁକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.