Friday, March 29, 2024

Top 5 This Week

Related Posts

୪ର୍ଥ ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୫/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଥିବା ଇ ୪ର୍ଥ ସିଆରପିଏଫ କ୍ୟାମ୍ପ ଯବାନ ପକ୍ଷରୁ ସମିତି କାର୍ଯ୍ୟାଳୟ ପରିସରରେ ୨୦୨୨-୨୩ ବର୍ଷର ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 03 26 at 08.42.49 ୪ର୍ଥ ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା

ଭୁବନେଶ୍ୱର ର ଆଇଜି ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ୪ର୍ଥ ବଟାଲୀୟନର କମାଡେଣ୍ଟ ମୋନଜ କୁମାର ୟାଦବ ଙ୍କ ଆଦେଶ ରେ ସ୍ଥାନୀୟ ଇ ୪ର୍ଥ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡର ଡି. କୃଷ୍ଣ।ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଥାନା ଏ ଏସ ଆଇ ଅଶୋକ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ବି ସୂର୍ଯ୍ୟପ୍ରକାଶ ରାଓ, କ ଜୋନ ର ଜିଲାପରିସଦ ସଦସ୍ୟ ବାରାତମ ୱାରା ପ୍ରସାଦ ରାଓ ସଂମ୍ମାନୀୟ ଅତିଥି ଭାବରେ ମଞ୍ଚାସୀନ ରହି ଥିଲେ ।ବ୍ଲକ ବିଭିନ୍ନ ଅଞ୍ଚଳ ର ଗରିବ ଶ୍ରେଣୀର ମହିଳା ଓ ପୁରୁଷ ମାନଙ୍କୁ ଡାକି ୧୧୦ଟି ଶାଢ଼ୀ ଓ ୧୦୦ ଟି ଲୁଙ୍ଗି ମୋଟ ୨୧୦ଟି ବଣ୍ଟନ କରିଥିଲେ।ଏଥିରେ ସମସ୍ତ କ୍ୟାମ୍ପ ଯବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ବ୍ଲକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୁଲିସ, ସି ଆରପି ଏଫ ଯବାନ ଓ ଲୋକଙ୍କ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ କରିବା ପାଇଁ ଏହିପରି ପଦକ୍ଷେପ ନିଆଯାଇଛି ।WhatsApp Image 2023 03 26 at 08.43.06 ୪ର୍ଥ ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା

ସେହିପରି ବିଜେପୁର ଏଫ୪ର୍ଥ ସିଆରପିଏଫ ପକ୍ଷରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ଜନ ସମ୍ପର୍କମେଳା କରାଯାଇଛି । ଆସିଷ୍ଟାଣ୍ଡ କମାଡେଣ୍ଟ ଉମାକାନ୍ତ ବି ଗିରାଡ଼କାର ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଖ ଜୋନ ର ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ବିଜେପୁର ଥାନା ଦ୍ୱିତୀୟ ଅଧିକାରୀ ରମେଶ କୁମାର ରେଡି, ବିଜେପୁର ସରପଞ୍ଚ ଜନନୀ ମାଝୀ ମଞ୍ଚାସିନ ରହିଥିଲେ । ପ୍ରାୟ ୧୧ଖଣ୍ଡ ଗ୍ରାମର ୧୦୯ ଜଣ ମହିଳା ଓ ୧୦୦ ଜଣ ପୁରୁଷ ଙ୍କୁ ମୋଟ ୨୦୯ ଜଣ ଗରିବ ଶ୍ରେଣୀର ଲୋକଙ୍କୁ ଶାଡୀ ଓ ଲୁଙ୍ଗି ପ୍ରଦାନ କରିଛନ୍ତି । ଏଥିରେ ଏଫ ୪ର୍ଥ ବଟାଲୀୟନର ଯବାନ ଅମିତ ସାହୁ, ରୂପ ସିଂ ମାଝୀ, ଅଜୟ ସିଂ, ବିକାଶ ଗୁପ୍ତା ସମସ୍ତ ଯବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Popular Articles