ପଲଶାଗୋରା ର ମାରୁତି ନାଟ୍ୟ ସଂସଦ ତରଫରୁ ଶ୍ରୀ ରାମଲୀଳା ମହୋତ୍ସବ

0
111
ପଲଶାଗୋରା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୬/୦୩) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା (ତଳିପଡ଼ା) ମାରୁତି ନାଟ୍ୟ ସଂସଦ ତରଫରୁ ଶ୍ରୀ ରାମଲୀଳା ମହୋତ୍ସବ ଚଳିତ ମାସ ୩୦ ତାରିଖ ଠାରୁ ଆସନ୍ତା ଅପ୍ରେଲ ମାସ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ପଲଶାଗୋରା ର ମାରୁତି ନାଟ୍ୟ ସଂସଦ ତରଫରୁ ଆଜକୁ ଦୀର୍ଘ ୮୦ ବର୍ଷ ରୁ ଉର୍ଦ୍ଧ୍ୱ ହେବ ଶ୍ରୀ ରାମଲୀଳା ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଆସନ୍ତା ୩୦/୦୩/୨୩ ତାରିଖ ପବିତ୍ର ଶ୍ରୀ ରାମନବମୀ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇ ଅପ୍ରେଲ ମାସ ୧୨/୦୪/୨୩ ତାରିଖ ବୁଧବାର ଦିନ ପୂର୍ଣ୍ଣାହୁତୀ ଓ ରାମାଭିଷେକ ଅନୁଷ୍ଠିତ ହେବ । ୩୦/୦୩/୨୩ ତାରିଖ ରେ ନବମୀ ଦିନ ରାମ ଜନ୍ମ ଓ ନାବିକ ଉଦ୍ଧାର, ୩୧/୦୩/୨୩ ତାରିଖ ରେ ଶୁକ୍ରବାର ଦିନ ସୀତା ସ୍ଵଂୟମ୍ବର ଓ ସୀତା ବିବାହ, ୦୧/୦୪/୨୩ ତାରିଖ ଶନିବାର ଦିନ ରାମ ବନବାସ ଓ ଭରତ ମିଳନ, ୦୨/୦୪/୨୩ ତାରିଖ ରବିବାର ଦିନ ସୀତାଚୋରି, ୦୩/୦୪/୨୩ ତାରିଖ ସୋମବାର ଦିନ ବାଳୀବଧ, ୦୪/୦୪/୨୩ ତାରିଖ ମଙ୍ଗଳବାର ଦିନ ସୀତା ଠାବ ଓ ସେତୁବନ୍ଧ ପ୍ରତିଷ୍ଠା ।

୦୫/୦୪/୨୩ ତାରିଖ ବୁଧବାର ଦିନ କୁମ୍ଭକର୍ଣ୍ଣ ବଧ, ୦୬/୦୪/୨୩ ତାରିଖ ଗୁରୁବାର ଦିନ ବିଶ୍ରାମ, (ଗୁରୁବାର ଦିନ ରାମଲୀଳା ନାଟକ ବହୁ ସ୍ଥାନରେ ପରିବେଷଣ କରାଯାଇ ନ ଥାଏ ), ୦୭/୦୪/୨୩ ତାରିଖ ଶୁକ୍ରବାର ଦିନ ତରଣୀସେନ ବଧ, ୦୮/୦୪/୨୩ ତାରିଖ ଶନିବାର ଦିନ ମେଘନାଦ ବଧ, ୦୯/୦୪/୨୩ ତାରିଖ ରବିବାର ଦିନ ମହୀରାବଣ ବଧ,୧୦/୦୪/୨୩ ତାରିଖ ସୋମବାର ଦିନ ରାବଣ ବଧ,୧୧/୦୪/୨୩ ତାରିଖ ମଙ୍ଗଳବାର ଦିନ ଗ୍ରାମ ପରିକ୍ରମା ଓ ୧୨/୦୪/୨୩ ତାରିଖ ବୁଧବାର ଦିନ ପୂର୍ଣ୍ଣାହୁତୀ ଓ ରାମାଭିଷେକ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ରାତ୍ର ୯ ଘଣ୍ଟା ସମୟ ରୁ ରାମଲୀଳା ନାଟକ ମଞ୍ଚସ୍ଥ ହେବ ବୋଲି ମାରୁତି ନାଟ୍ୟ ସଂସଦ ତରଫରୁ ସୂଚନା ଦିଆଯାଇଛି ।