Friday, March 29, 2024

Top 5 This Week

Related Posts

ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୩) : ବହୁ ଦାବୀ ଫଳରେ ଶେଷ ରେ ରାଜ୍ୟ ସରକାର କାଶୀନଗର ଠାରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପୂର୍ଣ୍ଣବୋୟାବ ମୂର୍ତ୍ତି ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ।

ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ଙ୍କ ଚିଠି ନଂ ୩୦୯୦/୨୧.୩.୨୩ ପ୍ରକାରେ କାଶୀନଗର ଠାରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ ବୋଲି ଖବର ପ୍ରକାଶ ପାଇଛି । ପାରଳା ରାଜ କୁମାରୀ ସୁଶ୍ରୀ କଲ୍ୟାଣୀ ଦେବୀ, ଗଜପତି ପାଠାଗାର, ବଂଶଧରା ପାଠାଗାର, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଉପାଧ୍ୟକ୍ଷ ସୃ ରଘୁରାମ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଙ୍କ ଉଦ୍ୟମ ଫଳରେ ଏହି କାର୍ଯ୍ୟ ସଫଳ ହେବାକୁ ଯାଉଛି । ଜନ ସାଧାରଣ ଙ୍କ ମତ ଏହିକି ସହର ର ମଧ୍ୟ ଭାଗ ତଥା ବସ ଷ୍ଟାଣ୍ଡ ଠାରେ ଏହା ପ୍ରତିଷ୍ଠା ହେଲେ ସହର ର ସୌନଧର୍ଯ୍ୟ ବୃଦ୍ଧି ପାଇବ, ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ ହୋଇଛି ।

Popular Articles