Friday, March 29, 2024

Top 5 This Week

Related Posts

କାଶୀପୁରବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଠାରେ ଚାଷୀ ଏକତା ପରିଷଦ ର ଏକ ସାଧାରଣ ବୈଠକ

ରିପୋର୍ଟ : ନରୋତ୍ତମ ପାଢ଼ୀ
କାଶୀପୁର/ରାୟଗଡା, (୨୪/୩) : କାଶୀପୁରବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଠାରେ ଚାଷୀ ଏକତା ପରିଷଦ ର ଏକ ସାଧାରଣ ବୈଠକ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଚାଷୀ ଯୋଗ ଦେଇଥିଲେ, ଚାଷୀଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।WhatsApp Image 2023 03 25 at 07.27.18 କାଶୀପୁରବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଠାରେ ଚାଷୀ ଏକତା ପରିଷଦ ର ଏକ ସାଧାରଣ ବୈଠକ

କାଶୀପୁରବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ ଠାରେ ଚାଷୀ ଏକତା ପରିଷଦ ର ଏକ ସାଧାରଣ ବୈଠକ ଅନୁଷ୍ଠିତ । ଚାଷୀ ଙ୍କ ପାଇଁ ମାଳ ମାଳ ଯୋଜନା କରୁଛନ୍ତି ସରକାର କିନ୍ତୁ ସରକାରଙ୍କର କୌଣସି ବି ଯୋଜନାର ଉପଭୋଗ କରିପାରୁ ନାହାନ୍ତି ଏହି ଅଞ୍ଚଳର ଚାଷୀ, ଚାଷୀଙ୍କ ଉନ୍ନତି ପାଇଁ କଟି କୋଟି ଟଙ୍କା ର ଚେକଡେମ ନିର୍ମାଣ କରୁଛନ୍ତି ସରକାର । ଏ ସବୁ ଖାଲି ପ୍ରହସନ, ନାମକୁ ମାତ୍ର ସରକାରୀ ଦଳର ଠିକାଦାର ଓ ସରକାରୀ ବାବୁ ମାନେ ପିସି ଖାଇବା ପାଇଁ, କିନ୍ତୁ ନିର୍ମାଣଦିନ କୌଣସି ବି ଚେକଡେମ ଚାଷୀଙ୍କ କାମରେ ଆସୁନାହିଁ, ଏହିପରି ଦୁଃଖଭରା ଅଭିଯୋଗ ଆଣିଛନ୍ତି ଅଞ୍ଚଳର ଚାଷୀମାନେ, ଏହିପରି ଦୁଃଖ ଭରା ଅଭିଯୋଗ ଶୁଣିଲା ପରେ, ଚାଷୀ ଏକତା ପରିଷଦ ଜିଲ୍ଲା ସଭାପତି ପ୍ରତାପ ପୁଆଲା ଚେତେଇ ଦେଇଛନ୍ତି ଯେ ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା, ଅଞ୍ଚଳ ବାସୀଙ୍କ ସମସ୍ୟା ସମାଧାନ ନୋ ହେଲେ ଜନ ଅନ୍ଧାଳୋନ ସୃଷ୍ଟି ହେବ । ଶେଷରେ ପ୍ରଶ୍ନ ପଚାରିଥିଲେ ଏହି ଅଞ୍ଚଳରେ ଉତ୍କଳ ଆଲୁମିନା କମ୍ପାନୀ ଥାଇ କଣ କରୁଛି । ଏହି ଅଞ୍ଚଳର ଜନସାଧାରଣଙ୍କର ବିକାଶ ହେଇଛି ନା ଅଞ୍ଚଳର ଚାଷୀଙ୍କର ବିକାଶ ହେଉଛି, ଏଣୁ ଉତ୍କଳ ଆଲୁମିନା କମ୍ପାନୀ କୁ ଆଗାମୀ ଦିନରେ ଅଞ୍ଚଳବାସି ନିଶ୍ଚୟ ଜବାବ ଦେବେ , ବୋଲି ଶ୍ରୀ ପୁଆଲା କହିଛନ୍ତି । ଏହି ସଭାରେ ଜିଲ୍ଲା ଉପ ସଭାପତି ହର ମାଝୀ, ଟାଉନ ଉପ ସଭାପତି ନିରଞ୍ଜନ ବିଡ଼ିକା, ମନଜ ସିଂ ସମେତ ସୋତାଦିକ ଚାଷୀ ଯୋଗ ଦେଇଥିଲେ ।

Popular Articles