ଭାରତ ସ୍ଵାଧୀନତା ପରେ ମଧ୍ୟ ପୂଜାରିଗୁଡା ଗାଁରେ ବିଦ୍ୟୁତ ଖମ୍ବ ଶୁନ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (୨୦/୩): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତର ପୂଜାରିଗୁଡା ଗ୍ରାମରେ ବିଦ୍ୟୁତ ନ ଥିବା ଦେଖିବାକୁ ମିଳିଛି ।

ଏହି ଗ୍ରାମ କଲ୍ୟାଣସିଂହପୁର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଦେବଗିରୀ ନିକଟରେ ଅବସ୍ଥିତ ପୂଜାରିଗୁଡା ଦେଇ ଏକ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା କଡଭାଟା କୁ ଯାଇଛି ବିଦ୍ୟୁତ ସଂଯୋଗ କରିବା ପାଇଁ ମାତ୍ର ଦୁଇଟି ଖମ୍ବରେ ସମ୍ପନ୍ନ ହେବ ପ୍ରଶାସନର ନଜର ନାହିଁ ବୋଲି ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ପ୍ରଶାସନ ଆଖି ନଜରକୁ ଆସୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | ଗ୍ରାମବାସୀଙ୍କ ଅଭିଯୋଗ କରୁଛନ୍ତି ଯେ ଆମ ଗାଁରେ କେଵଳ ଭୋଟ ସମୟରେ ଭୋଟ ମାଗିବାକୁ ଆସନ୍ତି ସେହି ସମୟରେ ଆମ୍ଭେ ଅଭିଯୋଗ କଲେ ଏ ମାସ ତୁମ ଗାଁରେ ବିଦ୍ୟୁତ ସଂଯୋଗ କରିଦେବୁ ବୋଲି କହିକି ଚାଲିଯାଉଛନ୍ତି ତାପରେ ଆଉ ନା ପ୍ରଶାସନ ନା ରାଜନୈତିକ ନେତା କାହାର ଦେଖାନାହିଁ | ଏ ସମ୍ପର୍କରେ ୨୦୦୮ ମସିହାରେ ଗ୍ରାମବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜଣେଇବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ତାଙ୍କ ଅଭିଯୋଗକୁ ଶୁଣି ନାହାଁନ୍ତି |

ଗ୍ରାମବାସୀଙ୍କୁ ରାତି ହେଲେ ବହୁତ ଅସୁବିଧା ହୋଉଥିବା ବେଳେ ତାଙ୍କ ପିଲାମାନଙ୍କୁ ମଧ୍ୟ ରାତିରେ ପାଠ ପଢିବାରେ, ଗାଁ ରେ କୌଣସି ପର୍ବ ପର୍ବାଣି, ବାହାଘର ଅନ୍ୟାନ୍ୟ ସମୟରେ ବହୁତ ଅସୁବିଧା ହଉଛି ବୋଲି ରମେଶ ସରାକା ବାରିକା ସାରାକା, ବାମଣା ହିକକା,ଲାଚଣା କାଡ୍ରାକା,ମଦନ ହିକକା,କାଡ୍ରାକା ପୁଷ୍ପା, ସାରାକା ପାଳାଇ,ଗୁଡ଼ଲା ସୁନିତା,ଇନ୍ଦିରା ସାରାକା ଓ ସାରାକା ବାଙ୍ଗାରି ଅଭିଯୋଗ କରିଛନ୍ତି | ଏ ସମ୍ପର୍କରେ ବିଦ୍ୟୁତ ଅଧିକାରୀ ଜେଇଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେହି ଗାଁକୁ ସର୍ବେ ହୋଇଛି, ଏସ ଡ଼ି ଓ ଙ୍କୁ ପଠାଇଛୁ ନୁଆଁ କନେକସନ ଦିଆଯିବ ବୋଲି ସଫେଇ ଦେଇଛନ୍ତି | ଟେଣ୍ଡର ହେବ ଟେଣ୍ଡରରେ କିଏ ପାଇଲେ ସଙ୍ଗେ ସାଙ୍ଗେ କନେକ୍ସନ ଦେବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

This site uses Akismet to reduce spam. Learn how your comment data is processed.