ହକି ଟୁର୍ଣ୍ଣାମେଣ୍ଟ ରେ ୨୪ଟି ଦଳ ଭାଗ ନେଲେ

0
123
ହକି ଟୁର୍ଣ୍ଣାମେଣ୍ଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୪/୦୩) : ମାଓ ପ୍ରବଣ ଅଞ୍ଚଳରେ ୭ଦିନିଆ ହକି ଟୁର୍ଣ୍ଣାମେଣ୍ଟ

ସୁନ୍ଦରଗଡ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଜାମୁନ୍ଧିହି ଓ କେ ବଲ୍ଲଙ୍ଗ ଅଞ୍ଚଳର ରକ୍ସି କୁଶଳ ତିର୍କୀ ହକି ଖେଳ ପଡିଆରେ ସି ଆର ପି ଏଫ୍ ୧୯ ବଟିଲିଆଁନ୍ ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ଖେଳ ଉଦଯାପିତ ହୋଇଯାଇଛି । ହକି ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳରୁ ମୋଟ ୨୪ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏବଂ ଏହାକୁ ଦୁଇ ଭାଗରେ ବିଭକ୍ତ ଖଳେ ପ୍ରତିଯୋଗିତା କରାଯାଇଥିଲା । ପ୍ରଥମ ବିଭାଗରେ ବଡ଼ ରକ୍ସୀ ଦଳକୁ ହରାଇ ସାନ ରକ୍ସୀ ଦଳ ଚମ୍ପିୟାନ ହେଇଥିଲା ।

ସେହିପରି ଦ୍ୱିତୀୟ ବିଭାଗର ମହୁପଦା ଲଦଳକୁ ହରାଇ ବାଜେନିଆ ଦଳ ଚମ୍ପିୟାନ ହେଇଥିଲା । ଖେଲେକୁ ଜୋତି ଲାକ୍ରା, ପାର୍ଲୁସ କଣ୍ଡିଲାନା, ସୁଭେମନ୍ ମୁଣ୍ଡା, ରଞ୍ଜନ ମୁଣ୍ଡା ଖେଳ କୁ ପରିଚାଳନା କରିଥଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସି ଆର ପି ଏଫ୍ ଜୋନାଲ ହେଡ ମହେଶ ବିଶ୍ୱକର୍ମା ଓ ସମ୍ମାନିତ ଅତିଥି ରୂପେ ଅମିତ୍ କୁମାର, ଜଗଦୀଶ ଯାଦବ, ରାକେଶ କୁମାର ଯୋଗ୍ ଦେଇ ହାକି ଖେଲକୁ ଉସହିତ କରିବା ସହ ମାଓ ପ୍ରବଣ ଅଞ୍ଚଳରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବା ଥିଲା ମୁଖ୍ୟ ଆକର୍ଷଣ । ଉଭୟ ଦଳର ଟିମ୍ କୁ ବିଜେତା ଓ ଉପ ବିଜେତା ମେଡାଲ ଓ ଟ୍ରଫି ହକି ଖେଳ ସାମଗ୍ରୀ ପ୍ରଦାନ କରିଥଲେ ।