ଜମି ବାଡ଼ି ବିବାଦକୁ ନେଇ ହତ୍ୟା

0
108
ଜମି ବାଡ଼ି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୪/୦୩) : ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ବଡ଼ହିଂସର ଗାଁ’ରେ ଜମି ବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ।

ଜଣେ ବ୍ୟକ୍ତିଙ୍କ ଶାବଳ ମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନବିନା ସାହୁ । ନବିନାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି । ଉଭୟ ପରିବାର ଭିତରେ ଦୀର୍ଘଦିନ ହେବ ଜମି ବାଡ଼ି କୁ ନେଇ ବିବାଦ ଲାଗିରହିଥିଲା । ଆଜି ସକାଳେ ପୁଣି ଥରେ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ବାପି ସାହୁ ଏକ ଶାବଳ ଆଣି ନବୀନ ଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ନବିନାଙ୍କର ମୃତ୍ୟୁ ହୋଇଥିଲା ।