ମହିଳା ବ୍ୟାଙ୍କ କର୍ମଚାରୀଙ୍କ ମାତ୍ରାଧିକ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

0
211
ମହିଳା ବ୍ୟାଙ୍କ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୩/୦୩) : ମହିଳା ବ୍ୟାଙ୍କ କର୍ମଚାରୀଙ୍କ ମାତ୍ରାଧିକ ଦୁର୍ବ୍ୟବହାର ଅଭିଯୋଗ । ଟିଟିଲାଗଡ ସ୍ଥିତ ସ୍ଵତନ୍ତ୍ର ବଜାର ଶାଖା ରେ କର୍ମଚାରୀ ଙ୍କ ମାତ୍ରାଧିକ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।WhatsApp Image 2023 03 23 at 17.37.57 ମହିଳା ବ୍ୟାଙ୍କ କର୍ମଚାରୀଙ୍କ ମାତ୍ରାଧିକ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

ଟିଟିଲାଗଡ ରେ ଥିବା ଏହି ବଜାର ବ୍ରାଞ୍ଚ ଶାଖା ରେ ଥିବା କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଙ୍କ ମାତ୍ରାଧିକ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲା ଜନଜାଗରଣ ସଙ୍ଘ ତରଫରୁ ଲିଖିତ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଏହି ଶାଖା ରେ ସ୍ଥାନୀୟ ସଧାରଣ ଲୋକେ ଓ ବ୍ୟବସାୟୀ ତଥା ବିଭିନ୍ନ ଗ୍ରାମାଞ୍ଚଳ ର ଜନ ସାଧାରଣ ନିର୍ଭର କରନ୍ତି । ପରିତାପର ବିଷୟ ଯେ, ଏହି ଶାଖା ର ତିନି ନମ୍ୱର ଝରକା ରେ ରହି କର୍ଯ୍ୟକରୁଥିବା ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କ ମାତ୍ରାଧିକ ଦୁର୍ବ୍ୟବହାର କରିବା ନେଇ ଶାଖା ପରିଚାଳକ ଙ୍କୁ ବାରମ୍ୱାର ଅଭିଯୋଗ ହୋଇ ଆସୁଛି । ସେହିପରି ଇତି ମଧ୍ୟରେ ଲୁଥରବନ୍ଧ ଗ୍ରାମର ଜଣେ ଭଦ୍ର ବ୍ୟକ୍ତି ତାଙ୍କ ନିକଟ କୁ ଯାଇ ତାଙ୍କ ପାସବୁକ୍ ଦେଇ ତାଙ୍କ ର ପ୍ରାୟ ଦୁଇ ମାସ ହେଲା ତାଙ୍କ ଏଟିଏମ୍ କାର୍ଯ୍ୟକାରୀ ନ ହେବା ଓ ଦୁଇ ଥର ସବୁ କାଗଜ, ପତ୍ର ଦାଖଲ କରିଛନ୍ତି ବୋଲି କହିଥିଲେ ।

ହେଲେ ସେ ହଠାତ୍ ରାଗି ଯାଇ କୁ ଭାଷାରେ ଗାଳି, ଗୁଲଜ ସହ ବ୍ୟାଙ୍କ ରୁ ପଳା ବୋଲି କହିଥିଲେ । ଏ ନେଇ ସେ ଶାଖା ପରିଚାଳକ ଙ୍କୁ ଜଣାଇବା ପରେ ସେ ନିଜେ ଫୋନ୍ କରି ତାଙ୍କ କାମ କରିବା କୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସେ ତାଙ୍କ ଜଣେ ମ୍ୟାସେଞ୍ଜର ଙ୍କୁ ସାଙ୍ଗରେ ପଠେଇ ଥିଲେ । ସେମାନେ ଯାଇ ପୁନଃ ତାଙ୍କୁ କହିବା ରୁ ଉକ୍ତ କର୍ମଚାରୀ ଙ୍କୁ ଓଲଟା ଦୁର୍ବ୍ୟବହାର ପ୍ରଦର୍ଶନ କରି ଥିଲେ । ଶେଷରେ ଉକ୍ତ ଭଦ୍ର ବ୍ୟକ୍ତି ତାହା ମ୍ୟାନେଜର ଙ୍କୁ ଜଣେ ସେ ଆଜି ରହିଛନ୍ତି ଅନ୍ୟ ଦିନ ଆସ ବୋଲି ଫେରାଇ ଦେଇଥିଲେ । ଶାଖା ପରିଚାଳକ ଖୋଦ୍ ନିଜେ ଭୟ କରିବା ଓ ଜଣେ ମହିଳା କର୍ମଚାରୀ ହୋଇ ଥିବା ଯୋଗୁଁ କିଛି କାର୍ଯ୍ୟନୁଷ୍ଠାନ ନେଇ ପାରୁ ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ଏ ନେଇ ଜିଲ୍ଲା ଜନ ଜାଗରଣ ସଂଘ ତରଫରୁ ଏକ ଲିଖିତ ଅଭିଯୋଗ ପତ୍ର ଶାଖା ପରିଚାଳକ ଙ୍କୁ ପ୍ରଦାନ କରିଛନ୍ତି ।