Friday, March 29, 2024

Top 5 This Week

Related Posts

ସ୍କୁଲ ଛାତ୍ର ଙ୍କ ଉପରେ ମାଡିଗଲା ଗାଡି : ୩ ମୃତ ୧ ଆହତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୦୩) : ସ୍କୁଲ ଛାତ୍ର ଙ୍କ ଉପରେ ଗାଡି ମାଡି ଘଟଣାରେ ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଛାତ୍ର ଆହତ ହୋଇଛି ।WhatsApp Image 2023 03 22 at 18.56.45 1 ସ୍କୁଲ ଛାତ୍ର ଙ୍କ ଉପରେ ମାଡିଗଲା ଗାଡି : ୩ ମୃତ ୧ ଆହତ

ଆଜି ଦିନ ୧୧ ଟା ସମୟରେ ସୋନପୁର-ବିନିକା ରାସ୍ତାର ଶରଧାପାଲି ଛକରେ ସ୍କୁଲ ଛାତ୍ର ଙ୍କ ଉପରେ ମାଡିଗଲା ଗାଡି । ଏହି ମର୍ମଦୁତ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ସରଧାପାଲି ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ସୁବ୍ରତ ଭୋଇଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ରାଜା ପେରା ଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିଭଳି ଅନ୍ୟ ଗୁରୁତର ଛାତ୍ର ରାଜେଶ ପେରାକୁ ବୁର୍ଲା ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ରାସ୍ତାରେ ତାର ମଧ୍ୟ ମୃତ୍ୟୁ ହୋଇଯାଇଛି । ସେହିଭଳି ଅନ୍ୟ ଜଣେ ଆହତ ଛାତ୍ରକୁ ସୋନପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଛି । ଉତ୍ୟକ୍ତ ଲୋକଙ୍କଦ୍ୱାରା ସୋନପୁର-ବିନିକା ରାସ୍ତାର ଶରଧାପାଲି ଛକରେ ଅବରୋଧ କରାଯାଇଥିବାରୁ ରାସ୍ତାଦେଇ ଯିବା ଆସିବା ବନ୍ଦ ହୋଇଯାଇଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ପୁଲିସ ଗିରଫ କରିବା ସହ ଘଟଣା ସ୍ଥଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ ରହିଛନ୍ତି ।

Popular Articles