Thursday, October 29, 2020
Home Government News ସୂଚନା ଅଧିକାର ଆଇନ ସହାୟତାରେ ତଥ୍ୟ ନ ମିଳିବାରୁ ବିଡ଼ିଓଙ୍କୁ ଘେରିଳେ ପୂଜାରିଗୁଡା ପଞ୍ଚାୟତର ଗ୍ରାମବାସୀ

ସୂଚନା ଅଧିକାର ଆଇନ ସହାୟତାରେ ତଥ୍ୟ ନ ମିଳିବାରୁ ବିଡ଼ିଓଙ୍କୁ ଘେରିଳେ ପୂଜାରିଗୁଡା ପଞ୍ଚାୟତର ଗ୍ରାମବାସୀ

ରିପୋର୍ଟ – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (ତା ୧୮/୩): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରିଗୁଡା ଗ୍ରାମ ପଞ୍ଚାୟତର ଗ୍ରାମବାସୀ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୂଚନା ଅଧିକାର ଆଇନ ମାଧ୍ୟମରେ ପଞ୍ଚାୟତର ଉନ୍ନତି ମୁଳକ କାର୍ଯ୍ୟର ମାଗିଥିବା ତଥ୍ୟ

ଯଥା ୨୦୧୭ ଠାରୁ ୨୦୨୦ ପର୍ଯ୍ୟନ୍ତ ସିଏଫସି ପାଣ୍ଟିର ୧୧ଗୋଟି ୱାର୍ଡରେ କେତେ ଅନୁଦାନ ଆସିଲା କେତେ ଖର୍ଚ୍ଚ ହେଲା ତାହାର ନକଲ ,ପିଠା କାର୍ଯ୍ୟକ୍ରମରେ କେତେ ଅନୁଦାନ ଆସିଲା କେମିତି ଖର୍ଚ୍ଚହେଲା ତାହାର ନକଲ ,୧୧ ଗୋଟି ୱାର୍ଡ ରେ କେତେ ଜଳ ଛତ୍ର ଖଲାହୋଇ ଥିଲା କେତେ ଟଙ୍କା ଉଠାଇଲେ କେତେ ଟଙ୍କା ଲେଖାଏଁ ପ୍ରଦାନ କଳେ ତାହାର ନକଲ,ବିଭିନ୍ନ ପ୍ରକାର ଭତ୍ତାର କେତେ ଜଣ ଭତ୍ତା ପାଉଥିବା ହିତାଧିକାରୀ ମୃତ୍ୟୁ ହୋଇଛନ୍ତି ତାହର ନକଲ, ନୂତନ ଭାବରେ କେତେ ଜଣଙ୍କୁ ଭତ୍ତା ଟଙ୍କା ଆସିଲା ତାହାର ନକଲ, ୱାର୍ଡ ଅନୁଯାୟୀ ୧୧ ଟି ୱାର୍ଡ ରେ ମନେରେଗା ଯୋଜନାର ଏକ୍ସନ ପ୍ଲାନ ଓ କେତେ ଟଙ୍କା ବିନିଯୋଗ ହୋଇଛି ତାହାର ନକଲ ଏହିପରି ୧୧ଟି ୱାର୍ଡ ର ୨୦୧୭ ଠାରୁ ୨୦୨୦ ପର୍ଯ୍ୟନ୍ତ ଏମ ବି ବହି, କେସ ବହି ର ହିସାବ ମାଗିଥିବାବେଳେ ବ୍ଳକ ରୁ କିଛି ତଥ୍ୟ ନ ଦେବାରୁ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଘେରାଉ କରିଥିବା ଦେଖିବାକୁ ମିଳିଛି |

ପୂଜାରିଗୁଡା ଗ୍ରାମପଞ୍ଚାୟତର ଗ୍ରାମବାସୀ ଗତ ଜାନୁୟାରୀ ମାସରେ ପଞ୍ଚାୟତର ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟର ସମସ୍ୟାକୁ ନେଇ ସୂଚନା ଅଧିକାର ଆଇନ ମାଧ୍ୟରେ ପ୍ରଥମେ ପିଇଓ, ଜିପିଓ ଓ ବିଡ଼ିଓଙ୍କୁ ଆବେଦନ କରି ତଥ୍ୟ ମାଗିଥିଲେ କିନ୍ତୁ ପିଇଓ ଠାରୁ ବିଡ଼ିଓ ପର୍ଯ୍ୟନ୍ତ ଗଲେ ମଧ୍ୟ କିଛି ତଥ୍ୟ ମିଳିଲା ନାହିଁ ବୋଲି ଅଭିଯୋଗ କରିଥିବା ବେଳେ ବିଡ଼ିଓ କିଛି ଉତ୍ତର ନ ଦେଇ ଚୁପଚାପ ବସିଥିବା ଦେଖିବାକୁ ମିଳିଥିଲା | ପୂଜାରିଗୁଡା ଗ୍ରାମ ପଞ୍ଚାୟତର ଗ୍ରାମବାସୀଙ୍କ ଅଭିଯୋଗକୁ ଆଢ଼େଇ ଦେବାପାଇଁ ବିଡ଼ିଓ ନିକଟସ୍ଥ ଥାନାରେ ପୁଲିସକୁ ଫୋନ ମଧ୍ୟରେ ଜଣେଇବା ପରେ ପୁଲିସ ଆସି ପହଞ୍ଚିଥିଲେ | ଏସ ଆଇ ଦୀପ୍ତି ରଞ୍ଜନ ସାହୁ ଘଟଣା ସମ୍ପର୍କରେ ପୂଜାରିଗୁଡା ପଞ୍ଚାୟତ ବାସୀଙ୍କୁ ବୁଝାସୁଝା କରିଥିଲେ ଏବଂ ସୂଚନା ଅଧିକାର ଆଇନର ନିୟମ ବୁଝାଇଥିଲେ | ପୁଣିଥରେ ଆବେଦନ କରିବା ପାଇଁ ଏସ ଆଇ ସାହୁ ପଞ୍ଚାୟତ ବାସୀଙ୍କୁ ଉପଦେଶ ଦେଇଥିବାବେଳେ ପଞ୍ଚାୟତ ବାସୀ କହିଥିଲେ ଯେ ଆମ୍ଭମାନଙ୍କୁ ଏହାର ଉପର ଲିଖିତ ତଥ୍ୟର ନକଲ ନ ଦେଲେ ଆମ୍ଭେ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ବାସୀ ରାଜ ରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟହେବୁ ଏହାର ପ୍ରକୃତ ସତ୍ୟତାର ତଥ୍ୟ ମାଗି ରହିବୁ ବୋଲି ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା । ଏସ ଆଇଙ୍କ ଉପଦେଶକୁ ମାନି ପଞ୍ଚାୟତ ବାସୀ ପୁଣିଥରେ ଆବେଦନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: