Friday, March 29, 2024

Top 5 This Week

Related Posts

ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ 

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୨/୩) : ଆଜି ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ପବିତ୍ର ରାଷ୍ଟ୍ରୀୟ ତଥା ହିନ୍ଦୁ ନବ ବର୍ଷ ଯଥାରୀତି ପାଳନ ହୋଇଯାଇଛି ।WhatsApp Image 2023 03 22 at 18.39.22 ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ 

ସରସ୍ୱତୀଶିଶୁ ବିଦ୍ୟା ମନ୍ଦିର ରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ ଅବସରରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିବାବେଳେ ସଂପାଦକ ଶ୍ରୀ ସୋମନାଥ ଗୌଡ ଏହି ଦିବସର ମହତ୍ତ୍ୱ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାୟଗଡ଼ା ଜିଲ୍ଲା ପ୍ରମୁଖ ତଥା ଡମ୍ବସରା ମହା ବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଶେଷ ଶାୟୀ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମର ପ୍ରାଚୀନ ହିନ୍ଦୁ ସଂସ୍କୃତିର ମହାନତା ଓ ପାଶ୍ଚାତ୍ୟ ସଂସ୍କୃତି ଠାରୁ ଦୁରେଇ ରହିବା ବିଷୟରେ ମାର୍ଗ ଦର୍ଶନ କରିଥିଲେ । ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପୂର୍ବତନ ସଦସ୍ୟା ତଥା ସମାଜସେବୀ ଶ୍ରୀମତୀ ଅମ୍ବିକା ରାଣୀ ମହାପାତ୍ର ଉପସ୍ଥିତ ଥିଲେ । ଆଚାର୍ଯ୍ୟ। ଶ୍ରୀମତୀ ସନ୍ତୋଷୀ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉକ୍ତ ଦିବସ ଅବସରରେ ଅଭିଭାବିକାମାନଙ୍କ ମଧ୍ୟରେ ଝୋଟି ଓ ଓଡିଆ ସଂସ୍କୃତି ଆଧାରିତ ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶନ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ଆସନ୍ତା ରଜତ ଜୟନ୍ତୀ ଉତ୍ସବ ରେ ପୁରସ୍କୃତ କରାଯିବ । ପରିଶେଷରେ ପ୍ରସାଦ ସେବନ ହୋଇଥିଲା ।

Popular Articles