ଅଖିଳଭାରତୀୟ ପ୍ରତିନିଧି ସଭା ବୈଠକ ଅନୁଷ୍ଠିତ

0
86
ଅଖିଳଭାରତୀୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସମାଲଖା, ପାନିପତ (ହରିୟାଣା) ଠାରେ ଅନୁଷ୍ଠିତ ହୋଇଥିବା ଅଖିଳଭାରତୀୟ ପ୍ରତିନିଧି ସଭା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅଖିଳଭାରତୀୟ ପ୍ରତିନିଧି ସଭା ବୈଠକ ଅନୁଷ୍ଠିତ ଏହି ବୈଠକ ମାର୍ଚ୍ଚ ୧୨,୧୩ ଓ ୧୪ ତିନି ଦିନ ଧରି ଚାଲିଥିଲା । ଓଡିଶାରୁ ୪୦ ଜଣ ସମେତ ସାରାଦେଶରୁ୧୪୪୭ ପ୍ରତିନିଧି ଯୋଗ ଦେଇଥିଲେ । ଏଥର ଦେଶରେ ‘ସ୍ୱ’ ର ଜାଗରଣ ଆରଏସଏସର ଲକ୍ଷ୍ୟ ରହିଛି । ଆସନ୍ତା ୨୦୨୫ ମସିହାରେ ସଙ୍ଘର ୧୦୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ତାକୁ ଲକ୍ଷ ରଖି ଏହି ବୈଠକରେ କିଛି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘ ଓଡିଶା ପୂର୍ବ ପ୍ରାନ୍ତର ସଙ୍ଘଚଳକ ସମୀର ମହାନ୍ତି କହିଛନ୍ତି ।ଆଗାମୀ ଦିନମାନଙ୍କରେ ସମାଜ ପରିବର୍ତ୍ତନ ପାଇଁ ସଂଘ ୫ଟି ବିଷୟ ଉପରେ ଅଧିକ ଧ୍ୟାନ ଦେଇ କାମ କରିବ। ସେଗୁଡିକ ହେଲା ସାମାଜିକ ସମରସତା, ପରିବାର ପ୍ରବୋଧନ, ପରିବେଶ ସଂରକ୍ଷଣ, ସ୍ୱଦେଶୀ ଆଚରଣ, ଏବଂ ନାଗରିକ କର୍ତ୍ତବ୍ୟ । ୧୦୦ ବର୍ଷ ପୂର୍ତ୍ତିରେ ସଂଘ କାର୍ଯ୍ୟର ଗୁଣାତ୍ମକ ବୃଦ୍ଧି ସହିତ ବିଭିନ୍ନ ଗ୍ରାମ ଓ ସହରର ବସ୍ତିମାନଙ୍କର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ପୂର୍ବ ପ୍ରାନ୍ତର ସଙ୍ଘ ଚାଳକ ଶ୍ରୀ ମହାନ୍ତି କହିଛନ୍ତି । ଏବେ ଓଡ଼ିଶା ରେ୧୮୫୫ ଟି ଦୈନିକ ଶାଖା ଓ ୪୬୯ଟି ସାପ୍ତାହିକ ଶାଖା ଚାଲୁଅଛି । ଦେଶରେ ୯୯ ଶତକଡା ଜିଲ୍ଲାରେ ଏବଂ ଶତକଡା ୮୮ ଭାଗ ଖଣ୍ଡରେ ସଂଘ କାର୍ଯ୍ୟ ଚାଲୁଅଛି ।