ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ଫ୍ଲୋ-ଧ୍ଵନି ଅନୁଷ୍ଠିତ

0
101
ଭିନ୍ନକ୍ଷମ ଚଳଚ୍ଚିତ୍ର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ବିଶ୍ୱ ଡାଉନ ସିଣ୍ଡ୍ରୋମ ଦିବସ ଅବସରରେ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ଭିନ୍ନକ୍ଷମ ଚଳଚ୍ଚିତ୍ର ଉତ୍ସବ ଫ୍ଲୋ-ଧ୍ଵନି

ଏହି ଚଳଚ୍ଚିତ୍ର ଉତ୍ସବର ନବମ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଅକ୍ଷମତା ଭଳି କୌଣସି ଶବ୍ଦ ନାହିଁ, ଅକ୍ଷମ ଶବ୍ଦ ପ୍ରତି କେହି ଘୃଣା ସୃଷ୍ଟି କରନ୍ତୁ ନାହିଁ ବୋଲି ସେ ମତ ରଖିଛନ୍ତି । ଭିନ୍ନକ୍ଷମଙ୍କ ପାଇଁ ଆୟୋଜନ ହେଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସେ ଫିଲ୍ମ ଫେଷ୍ଟିଭାଲ୍ ହେଉ କି ଗଣମାଧ୍ୟମ ଜନିତ ହେଉ ବିଶାଳ ହୃଦୟର ସହ ହେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ବର୍ତ୍ତମାନ ପୃଥିବୀରେ ବିବିଧତା ଓ ଅନ୍ତର୍ଭୁକ୍ତୀ ବିଷୟ ତୀବ୍ର ଗତିରେ ପ୍ରସାର ହେବାରେ ଲାଗିଛି । ତାହା ପୁଣି ଜଳବାୟୁ ସଂକ୍ରାନ୍ତୀୟ ହୋଇଥିବା କାରଣରୁ ଏ ପ୍ରକାର ଭିନ୍ନକ୍ଷମ ଚଳଚ୍ଚିତ୍ର ଗୁଡିକ ସମାଜ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ପ୍ରଦାନ କରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜି-୨୦ ପ୍ରତିନିଧି ତଥା ଫ୍ଲୋର-ଫିକିର ଅଧ୍ୟକ୍ଷା ନମ୍ରିତା ଚହଲ, ଓଡ଼ିଆ ଅଭିନେତ୍ରୀ ଡଲି ଜେନା, ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।