ବେକରେ ଦୌଡ଼ି ଲାଗି ରହିଥିବା ମୃତ ଯୁବତୀ ଙ୍କ ସବ ଉଦ୍ଧାର

0
85
ବେକରେ ଦୌଡ଼ି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ମୁରିବାହାଲ, (୨୧/୦୩) : ମୁରିବାହାଲ ଥାନା ଅନ୍ତର୍ଗତ ଗାଁରେଇ ଗ୍ରାମର ଜଣେ ଯୁବତୀ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଗଂରେଇ ଗ୍ରାମର ପରମେଶ୍ଵର ବାଗଙ୍କ ଏକମାତ୍ର ଝିଅ ଗୀତାଞ୍ଜଳି ବାଗ (୧୮) ଗତ ରବିବାର ସନ୍ଧ୍ୟା ପ୍ରାୟ ୭ ଟା ସମୟ ରେ ତାଙ୍କ ଘରେ କେହି ନ ଥିବା ବେଳେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୁରିବାହାଲକୁ ଯାଇଥିବା ତାଙ୍କ ବାପା, ମାଆ ଘରକୁ ଫେରି ବେକରେଏକ ଦୌଡ଼ି ଲାଗି ମୃତ ଗୀତାଞ୍ଜଳି ତଳେ ପଡିଥିବା ଦେଖିଥିଲେ । ସୋମବାର ମୃତ ଗୀତାଞ୍ଜଳିଙ୍କ ମା ଧନମତୀ ବାଗଙ୍କ ଏତଲା ଆଧାରରେ ପୁଲିସ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏ ନେଇ କେସ ନ ୦୩/୨୩ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଏସଆଇ ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି ।