Thursday, October 29, 2020
Home District News ବିନା ନିଲାମରେ ୧୮ ଲକ୍ଷ ଟଙ୍କାର ସିଏଫସି ପାଣ୍ଟିରୁ ଦୁଇଟି ଵିଲଡିଂକୁ କାର୍ଯ୍ୟ ଆଦେଶ ଦେଇଛନ୍ତି...

ବିନା ନିଲାମରେ ୧୮ ଲକ୍ଷ ଟଙ୍କାର ସିଏଫସି ପାଣ୍ଟିରୁ ଦୁଇଟି ଵିଲଡିଂକୁ କାର୍ଯ୍ୟ ଆଦେଶ ଦେଇଛନ୍ତି ବିଡ଼ିଓ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (୧୫/୩): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅନ୍ତର୍ଗତ କଲ୍ୟାଣସିଂହପୁର ଗ୍ରାମ ପଞ୍ଚାୟତର ସଦର ମହକୁମା ବ୍ଲକ କଲୋନୀ ଠାରେ ସି ଏଫ ସି ଫାଣ୍ଡି ସହାୟତାରେ ବିନା ନିଲାମୀରେ ୯ ଲକ୍ଷ ଟଙ୍କା ଲେଖାଏଁ ଦୁଇଟି ଵିଲଡିଂ ର ୧୮ ଲକ୍ଷ ଟଙ୍କାର କାମ ଚାଲିଥିବା ଶୁଣିବାକୁ ମିଳିଛି |

ଏହି ଅଭିଯୋଗକୁ ଶୁଣିବା ପରେ ଜିପିଟିଏ ପଳେଇଙ୍କୁ ପଚରାଉଚରା କରିବାରୁ ସେ କହିଥିଲେ ଯେ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମୀ ଦରକାର ନାହିଁ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ଇଚ୍ଛା ଅନୁସାରେ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ନିଲାମୀରେ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି | ଆହୁରି ମଧ୍ୟ ସେ କହିଛନ୍ତି ଯେ ଉପଜିଲ୍ଲାପାଳଙ୍କ ଠାରୁ ବ୍ଲକକୁ ସରକାରଙ୍କ ଲିଖିତ ଚିଠି ଆସିଛି ୯ ଲକ୍ଷ ପର୍ଯ୍ୟନ୍ତ ନିଲାମୀ ଦରକାର ନାହିଁ | ପ୍ରଶାସନ ତରଫରୁ କହୁଛନ୍ତି ବୋଲି ସାଧାରଣ ରେ ଲୋକମାନେ ଚର୍ଚ୍ଚା ହେଉଛି | ଏହି ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମୀ ଦରକାର ନାହିଁ ବୋଲି ପ୍ରକାଶ କରୁଥିବା ଶୁଣିବାକୁ ମିଳିଛି | ସାଧାରଣ ଲୋକଙ୍କ ପାଖରେ ଚର୍ଚ୍ଚା ହେଉଛି ଯେ ଠିକାଦାର ଓ ଅଧିକାରୀ ମଧ୍ୟରେ ସଲସୁତୁରା ଯୋଗୁଁ ଲୁକା ଛପାରେ ନିଲାମୀ ନ ଡାକୁଣୁ ନିଜେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଠିକାଦାର ଚୟନ କରି ୯ଲକ୍ଷ ଟଙ୍କା ଲେଖାଏଁ ଵିଲଡିଂ କୁ ହସ୍ତାନ୍ତର କରିଛନ୍ତି ବୋଲି ପୁସୁରୁପାସୁର ହୋଉଥିବାର ଶୁଣିବାକୁ ମିଳୁଛି | କାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜର ସ୍ବାର୍ଥ ରଖି ଦୁଇଟି ଵିଲଡିଂ ଦୁଇ ଜଣ ଠିକାଦାରଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ସାଧାରଣ ଲୋକମାନେ ଏହାର ତଦାରଖ କରିବା ପାଇଁ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: