ପଦ୍ମପୁର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୧୫/୩): ଓଡିଶା ମାଟିର ପୁଅ, ଭାରତବର୍ଷର ଗର୍ବ ଓ ଗୌରବ କେନ୍ଦ୍ର ମନ୍ତ୍ରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଦ୍ମପୁର ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦିଲ୍ଲୀ ଠାରେ ସାକ୍ଷାତ କରି ଅଞ୍ଚଳର ବିକାଶ ପାଇଁ ଆଲୋଚନା କରିଛନ୍ତି ।

ଏଥିପାଇଁ ମନ୍ତ୍ରୀ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ରାଜ୍ୟର ବିକାଶ ପାଇଁ ସେ ସର୍ବଦା ଆଗ୍ରହ ପ୍ରକାଶ କରିଛନ୍ତି । ଶ୍ରୀ ପୁରୋହିତ ପଦ୍ମପୁର ଅଞ୍ଚଳର ଉନ୍ନତି ପାଇଁ କେତେକ ପ୍ରସ୍ତାବ ଆଗତ କରିଛନ୍ତି । ତାର ସମୀକ୍ଷା କରି ଉଚିତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି । ପଦ୍ମପୁର ବିକାଶରେ ମନ୍ତ୍ରୀ ଆଗ୍ରହ କରିଥିବାରୁ ଅଂଚଳବାସୀ ପୂର୍ବତନ ବିଧାୟକ ପ୍ରଦୀପ ପ୍ରଦୀପ ପୁରୋହିତ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.