ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ “ବିଶ୍ୱ ପଖାଳ ଦିବସ ପାଳନ”

0
105
ଜଗନ୍ନାଥ ସଂସ୍କୃତି

ରିପୋର୍ଟ : ନରୋତ୍ତମ ପାଢ଼ୀ
ଭୁବନେଶ୍ୱର, (୨୦/୩) : ଜଗନ୍ନାଥ ସଂସ୍କୃତି ପରିଷଦ ବିଶ୍ଵ ପଖାଳ ଦିବସ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗ ମଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 03 20 at 20.27.38 ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ "ବିଶ୍ୱ ପଖାଳ ଦିବସ ପାଳନ"

ଭାବର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଆଧ୍ୟାତ୍ମିକତା ଓ ଆସ୍ଥାର କେନ୍ଦ୍ର । ଜଗନ୍ନାଥ ସଂସ୍କୃତି ସରା ବିଶ୍ୱ ପାଇଁ ମାନବବାଦର ଏକ ପ୍ରେରଣାର ଉତ୍ସ । ଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ ଓଡିଆର ଅନ୍ତଃସ୍ୱର ଓ ତାଙ୍କର ସଂସ୍କୃତି ଓଡିଆ ଜାତୀର ମାନଦଣ୍ଡ । ପ୍ରଭୁ ଜଗନ୍ନାଥ ଏବଂ ଜଗନ୍ନାଥସଂସ୍କୃତି ରେ ପଖାଳ ଏକ ଅବିଛେଦ୍ୟ ଅଙ୍ଗ ଅଟେ ବୋଲି ଜଗନ୍ନାଥସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ବିଶ୍ୱ ପଖାଳ ଦିବସରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଆଜି ଉତ୍କଳ ରଂଗମଂଚ ଠାରେ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପ୍ରଥମେ ଡ ଶୈଳେଶ୍ଵର ନନ୍ଦ ଙ୍କ ବହି ଉନ୍ମୋଚନ କାର୍ଯ୍ୟକ୍ରମ କୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ, ଉପ ସଭାପତି ଶ୍ରୀ ରବି ନାରାୟଣ ମହାପାତ୍ର ସମସ୍ତ ଅତିଥି ଓ ଉପସ୍ଥିତ ଜଗନ୍ନାଥ ପ୍ରେମୀ ମାନଙ୍କୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ, ସମ୍ମାନୀୟ ଅତିଥି ଭାବେ ଜଗନ୍ନାଥସଂସ୍କୃତି ବିଷାରଦ ଦାଶରଥୀ ସାମନ୍ତରାୟ ଯୋଗଦେଇ କହିଛନ୍ତି ଯେ, ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି, ସଂସ୍କୃତି ଓ ପରମ୍ପରା ବିଶ୍ୱ କଲ୍ୟାଣ ପାଇଁ ଉର୍ଦ୍ଧିଷ୍ଟ ।

ତାଙ୍କର ସଂସ୍କୃତିରେ ପଖାଳ ବ୍ୟଞ୍ଜନର ପରମ୍ପରା ଆଦିମ କାଳରୁ ରହି ଆସିଛି ଯାହା ପ୍ରତ୍ୟେକ ଓଡିଆର ଘରର ପରିଚୟ ଅ୍ରଟେ ବୋଲି ସେ କହିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ମା ସୁଭଦ୍ରା ଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାଶ ମହାପାତ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତିକୁ ନିକଟରୁ ନିରିଖି ଦେଖିଲେ ପ୍ରତ୍ୟେକ ଦିଗରେ ବିଶ୍ୱ କଲ୍ୟାଣ ଓ ବିଶ୍ୱ ଭାତୃଭାବର ବାର୍ତ୍ତା ମିଳିଥାଏ ଯେଉଁଥି ପାଇଁ ଆଜି ସାରା ବିଶ୍ୱବାସୀ ଏହି ସଂସ୍କୃତି ପ୍ରତି ବହୁଳ ଭାବେ ଆକୃଷ୍ଟ ହେଉଛନ୍ତି ବୋଲି ସେ ମତ ଦେଇଥିଲେ । ସଂସ୍କୃତି ପରିଷଦର ସଭାପତି ଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଉତ୍ସବକୁ ଉଦଘାଟନ କରି ଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ୱରେ ପରିବ୍ୟାପ୍ତ କରିବା ପାଇଁ ଜଗନ୍ନାଥ ପ୍ରେମୀଙ୍କୁ ଆହ୍ୱାନ ଦେଇଥିଲେ । ଉତ୍ସବରେ ସମ୍ମ।ନିତ ଅତିଥି ଭାବେ ରବିନାରାୟଣ ମହାପାତ୍ର, ଓ ଡ ଶୈଳେଶ୍ଵର ନନ୍ଦ ମୁଖ୍ୟ ବକ୍ତା ଭାବେ ଡ ଅସିତ ମହାନ୍ତି, ସମ୍ମାନୀୟ ବକ୍ତା ଭାବେ ଶ୍ରୀ ସୁଦର୍ଶନ ସାହୁ ଯୋଗଦେଇ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋକ ପାତ କରିଥିଲେ ।WhatsApp Image 2023 03 20 at 20.27.35 ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ "ବିଶ୍ୱ ପଖାଳ ଦିବସ ପାଳନ"

ସମ୍ପାଦକ ନାରାଯଣ ମହାପାତ୍ର ଉତ୍ସବ କୁ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଉପଦେଷ୍ଟା ରବି ନାରାୟଣ ମିଶ୍ର ବାଳକୃଷ୍ଣ ପଣ୍ଡା କୋଷାଧକ୍ଷ ସୁରେଶ ମିଶ୍ର ସହ କୋଷାଧ୍ୟକ୍ଷ ଗୌରାଙ୍ଗ ନାୟକ, ଅକ୍ଷୟ ଉପାଧ୍ୟାୟ କାମେଶ୍ଵର ରାଓ ଉମାନାଥ ମିଶ୍ର, ବିଷ୍ନୁ ମୋହନ ମହାନ୍ତି, ତ୍ରିଲୋଚନ ନାୟକ ମଳୟ ମହାପାତ୍ର ବଂଶୀଧର ନାୟକ ଶ୍ରୀନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା, ମନୋରଞ୍ଜନ ମହାନ୍ତି, ବିଷ୍ଣୁପଦ ଦାସ ଦିଲ୍ଲୀପ ପଟନାୟକ ବିପିନ ବିହାରୀ ସାହୁ ଓ ବହୁ ବରିଷ୍ଠ ଆଜୀବନ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ବହୁ ସଂଖ୍ୟରେ ଯୋଗ ଦେଇଥିବା ଜଗନ୍ନାଥ ସଂସ୍କୃତି ପରିଷଦର କର୍ମକର୍ତ୍ତା ଓ ଜଗନ୍ନାଥ ପ୍ରେମୀଙ୍କୁ ଅବଢା ପଖାଳ ଓ ବାଞ୍ଜନରେ ଆପାୟିତ କରାଯାଇ ଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଜଗତ ର କଲ୍ଯାଣ ହେଉ କାମନା କରା ଯାଇ ସଭା ସାଙ୍ଗ କରାଯାଇ ଥିଲା ।