Friday, August 14, 2020
Home headline ବିଛିନ୍ନାଞ୍ଚଳରେ ଲାଗିଲା ବି.ଏସ.ଏଫ କ୍ୟାମ୍ପ

ବିଛିନ୍ନାଞ୍ଚଳରେ ଲାଗିଲା ବି.ଏସ.ଏଫ କ୍ୟାମ୍ପ

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୧୪/୦୩): ସ୍ଵାଧୀନତର ୭୫ ବର୍ଷ ପରେ ଲାଗିଲା ବିଛିନ୍ନାଞ୍ଚଳରେ ଲାଗିଲା ବି.ଏସ.ଏଫ କ୍ୟାମ୍ପ । ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କଲେ ମାଲକାନଗିରି ଏସ.ପି । ମାଓ ଦମନ ସହ ଆଗକୁ ହେବ ବିଛିନ୍ନାଞ୍ଚଳ ବିକାଶ ।

ଗତ ଜାନୁଆରୀ ୨୫ ତାରିଖ ଦିନ ନକ୍ସଲ ପନ୍ଥୀ ଯୋଡାମ୍ବୋ ଗାଁରେ ପଶି ସ୍ଥାନୀୟ ଲୋକଙ୍କ ଘର ପୋଡି ସହ ବାଇକ ଜାଳିଦେଇଥିଲେ । ସେହିଦିନ ରୁ ବିଛିନ୍ନାଞ୍ଚଳ ରେ ଭୟର ବାତାବରଣ ଖେଳିଯାଇଥିଲା । କାହାରି ମୂହରେ ହସ ଦେଖିବାକୁ ମିଳିନଥିଲା ସେଦିନରୁ । ଦିନ ରାତି ଚାଲିଥିଲା ପୋଲିସ ର ପଇଁତରା । ତଥାପି ଥିଲା ମନରେ ଭୟ । ନିଜ ଅଞ୍ଚଳରୁ ବାହାରି ପାରୁନଥିଲେ ଯୋଡାମ୍ବୋ ପଞ୍ଚାଯତ ର ୩ ଖଣ୍ଡ ଗାଁର ବାସିନ୍ଦା । ଘଟଣା ଘଟିବାର କିଛି ଦିନ ପରେ ପୁଣି ପୋଷ୍ଟର ମାଧ୍ୟମରେ ୪ ଜଣଙ୍କୁ ହତ୍ୟା ଧମକ ଦେବା ସହ ପୋଲିସ କୁ ସହଯୋଗ ନ କରିବାକୁ ଦେଇଥିଲେ ଚେତାବନୀ । ଏହାର କିଛି ଦିନ ପରେ ଗତ ଫେବ୍ରୁଆରି ମାସ ୨୬ ତାରିଖ ରେ ଦୀନବନ୍ଧୁ ବେପାରୀ ନାମକ ଜଣେ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଯାଉଥିବା ବେଳେ ଅଧ ରାସ୍ତାରୁ ଡାକି ନେଇ ପ୍ରଜା କୋର୍ଟ ରେ ଗଳାକଟି ହତ୍ୟା କରିଥିଲେ ଲାଲ ବାହିନୀ । ଏଭଳି ବିଭତ୍ସ୍ୟ କାଣ୍ଡ କରି ଶକ୍ତ ଚ୍ୟାଲେଞ୍ଜ ଦେଇଥିଲେ ନକ୍ସଲ ପନ୍ଥୀ ପ୍ରଶାସନକୁ । ସାପ୍ତାହିକ ହାଟ କରିବାକୁ ବି ଯାଇପାରୁନଥିଲେ ଯୋଡାମ୍ବୋ ବାସିନ୍ଦା । ସେଥିପାଇଁ ବନ୍ଧ ହୋଇଯାଇଛି ଦରଳାବେଡା ସାପ୍ତାହିକ ହାଟ । ବର୍ତମାନ ସେହି ଦରଳାବେଡା ଠାରୁ ଆଉ ୨ କି.ମି. ଆଗକୁ ମାଲକାନଗିରି ଏସ.ପି ଋଷିକେଶ ଖିଲାରି ଙ୍କ ନେତୃତ୍ବରେ ଲାଗିଲା ଆଉ ଏକ ବି.ଏସ.ଏଫ କ୍ୟାମ୍ପ । ସେଠାରେ କ୍ୟାମ୍ପ ସ୍ଥାପନ ପରେ ପୁଣି ଫେରି ଆସିଛି ଖୁଶିର ଲହରୀ । ଦିନେ ନକ୍ସଲ ଙ୍କ ଭୟରେ ଭୟଭୀତ ହୋଇ ରହିଆସୁଥିଲେ ସ୍ଥାନୀୟ ବାସିନ୍ଦା । ସେଥିପାଇଁ ନିଜ ଅଞ୍ଚଳ ର ବିକାଶ ଓ ନିଜ ଅଞ୍ଚଳରୁ ମାଓ ଦମନ ପାଇଁ ଅଣ୍ଟା ଭିଡିଲେ ବିଛିନ୍ନାଞ୍ଚଳ ର ଯୋଡାମ୍ବୋ ପଞ୍ଚାୟତ ବାସିନ୍ଦା । ସବୁଦିନ ପାଇଁ ଏହି ସ୍ଥାନରେ ପୋଲିସ ସୁରକ୍ଷା ଦେବାକୁ ବିନୀତ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ପୂର୍ବରୁ ଏହି ଅଞ୍ଚଳ ଗୁଡିକୁ କବଜ୍ଜା କରିନେଥିଲେ ବିଛିନ୍ନାଞ୍ଚଳ ନକ୍ସଲ ପନ୍ଥୀ । ମାଓ ଭୟରେ କେହି ପହଞ୍ଚି ପାରୁନଥିଲେ କୌଣସି ପ୍ରଶାସନ ଅଧିକାରୀ । ଗତ ଜାନୁଆରୀ ୨୫ ତାରିଖ ର ଘଟଣା ପରେ ଅଞ୍ଚଳରେ କ୍ୟାମ୍ପ ସ୍ଥାପନ କରିବା ସହ ଅଞ୍ଚଳର ବିକାଶ କରାଯିବ ବୋଲି ମାଲକାନଗିରି ଏସ.ପି ପ୍ରତିଶ୍ରୁତି ସେଇଥିଲେ ସ୍ଥାନୀୟ ଲୋକଙ୍କୁ । ଆଜି ସେହି ସ୍ଥାନରେ ଲାଗିଲା କ୍ୟାମ୍ପ ଓ ଏହି ସ୍ଥାନରୁ ଆରମ୍ଭ ହେବ ମାଓ ଦମନ ଅଭିଯାନ ସହ ବିଛିନ୍ନାଞ୍ଚଳର ବିକାଶ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: