Friday, October 2, 2020
Home Children Issue ହାତ ଧୁଆ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ହାତ ଧୁଆ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୧୪/୦୩): ପ୍ରାକୃତିକ ପରିବେଶର ସନ୍ତୁଳନ, ଜୈବବିବିଧତାର ସୁରକ୍ଷା, ସ୍ୱଚ୍ଛତା ତଥା ଉତ୍ତମ ପୁଷ୍ଟିକର ଖାଦ୍ୟ ସାମାଜିକ ସୁସ୍ଥତା ଆଣିଥାଏ । ଏହାର ବ୍ୟତିକ୍ରମ ଦେଖାଦେଲେ ପରିବେଶରେ ଥିବା ନାନା ପ୍ରକାର ଭୂତାଣୁ, ଜୀବାଣୁ ସୁଯୋଗ ପାଇ ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ବିପଦର କାରଣ ହୋଇଥାନ୍ତି। ବିଶ୍ୱର ମାନବସମାଜ ବ୍ୟସ୍ତ ବିବ୍ରତ ହୋଇ ପ୍ରତିକାର ପାଇଁ ଗବେଷଣାରେ ଲାଗିପଡ଼ନ୍ତି। ବିଶ୍ୱବାସୀଙ୍କ ପାଇଁ ଏମିତି ଏକ ଚିନ୍ତାର କାରଣ କରୋନା ଭୂତାଣୁ।

ଚୀନରୁ ଆରମ୍ଭ ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୁତାଣୁ କୁ ନେଇ ଚିନ୍ତାରେ ଭାରତ ସରକାର ତଥା ରାଜ୍ୟ ସରକାର ସତର୍କତା ହିଁ କରୋନା ଭୁତାଣୁ ସଂକ୍ରମଣ ରୁ ରକ୍ଷା କରିପାରିବ। ଏନେଇ ରାଜ୍ୟ ସରକାର ଆଜି ଓଡ଼ିଶାର ରାଜ୍ୟ ବିପର୍ଯ୍ୟୟ ଘୋଷଣା ମଧ୍ୟ କରିଛନ୍ତି ଏବଂ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ହାତକୁ ନେବାପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକୁ ଚିଠି କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁମୁରିପାଣି ଠାରେ ହାତ ଧୁଆ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ମୀନା ମନ୍ତ୍ରୀ ସୀମା ପଟେଲଙ୍କ ନେତୃତ୍ୱରେ କ୍ରୀଡ଼ାମନ୍ତ୍ରୀ ଭୂମିସୁତା ଖୁମୁରି ଏବଂ ସଂସ୍କୃତି ମନ୍ତ୍ରୀ ଆଶା ମିର୍ଦ୍ଧା ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ହାତଧୁଆର ବିଭିନ୍ନ ସୋପାନ ଗୁଡ଼ିକ ଭିଡ଼ିଓ ମାଧ୍ୟମରେ ଜଣେଇଥିଲେ । ଭଲ ଭାବେ ହାତ ଧୋଇବା ଦ୍ୱାରା କରୋନା ଭୁତାଣୁ ସଂକ୍ରମଣ କୁ ରୋକା ଯାଇପାରିବ ବୋଲି ସେମାନେ ମତପୋଷଣ କରିଥିଲେ। ଶିକ୍ଷକ ଦିବସ କୁମାର ସାହୁ ଏଥିରେ ସହଯୋଗ କରିଥିଲେ ।ବିଦ୍ୟାଳୟ ସ୍ତରରେ ବ୍ୟକ୍ତିଗତ ସଚେତନତା:-
୧ – ଯେଉଁ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ପରିଲକ୍ଷିତ ହେଉଛନ୍ତି ତାଙ୍କ ଠାରୁ ଅନ୍ୟାନ୍ୟ ସୁସ୍ଥ ଛାତ୍ରଛାତ୍ରୀ ସାମାଜିକ ଦୂରତା ବଜାୟ ରଖିବା ଉଚିତ
୨ – ଅଭିଭାବକ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେଉଁ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ଅଛନ୍ତି ଦୟାପୁର୍ବକ ତାଙ୍କୁ ସ୍କୁଲକୁ ଛାଡ଼ନ୍ତୁ ନାହିଁ
୩ – ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଯେଉଁମାନଙ୍କ ଠାରେ ଏସବୁ ଲକ୍ଷଣ ଦେଖାଯାଉଛି ସେମାନେ ମଧ୍ୟ ସ୍କୁଲ ଆସିବା ଅନୁଚିତ
୪- ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ବିନା ସାବୁନରେ ହାତ ଧୋଇ ଆଖି, ନାକ ଓ ପାଟି ଛୁଇଁବା କୁ ସମ୍ପୂର୍ଣ୍ଣ ବାରଣ କରିବାକୁ ଅନୁରୋଧ

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଟିକଟକରୁ ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି (୦୧/୧୦): ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା...

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦):ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦): ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ...

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ

ରିପୋର୍ଟ: ରବିଶଙ୍କର ମହାପାତ୍ର // କୋରାପୁଟ(୦୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ଶ୍ରୀ କନକମଣି ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ...

Recent Comments

%d bloggers like this: