ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ମେଡିକାଲ୍ କଲେଜ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର (୧୩/୦୩): ନବରଙ୍ଗପୁର ଜିଲ୍ଲା ପୂର୍ବତନ ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ସହ ଏକ ପ୍ରତିନିଧି ଦଳ ଦିଲ୍ଲୀ ସ୍ଥିତ କାର୍ଯ୍ୟଳୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ୍ ହର୍ଷବର୍ଦ୍ଦନଙ୍କୁ ସାକ୍ଷାତ କରି ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଠାରେ ପ୍ରାଥମିକତା ଭିତ୍ତିରେ ମେଡିକାଲ କଲେଜ ସ୍ଥାପନ ପାଇଁ ଅନୁରୋଧ କରିଥିଲେ ।

କିନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଦୁଃଖ ପ୍ରକାଶ କହିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ପାଇଁ କୌଣସି ପ୍ରସ୍ତାବ ପଠାଇ ନ ଥିବା କହିଥିଲେ । କେନ୍ଦ୍ର ସରକାର ପକ୍ଷରୁ ବିଗତ ବଜେଟରେ ଯେଉଁ ଜିଲ୍ଲା ମାନଙ୍କରେ ମେଡିକାଲ୍ କଲେଜ ନାହିଁ ସେହି ଜିଲ୍ଲା ଗୁଡିକରେ ମେଡିକାଲ୍ କଲେଜ ସ୍ଥାପନ କରିବାକୁ ଘୋଷଣା କରିବା ସହ ଆକାଂକ୍ଷ। ଜିଲ୍ଲାକୁ ପ୍ରାଧାନ୍ୟ ଦେବା କଥା ମଧ୍ୟ କହିଥିଲେ । ରାଜ୍ୟ ସରକାର ଏହି ବର୍ଷ ୬ ଟି ଜିଲ୍ଲାରେ ମେଡିକାଲ୍ କଲେଜ ସ୍ଥାପନ ପାଇଁ ପ୍ରସ୍ତାବ ପଠାଇଥିବା ବେଳେ ନବରଙ୍ଗପୁର ଓ ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳକୁ ଅଣଦେଖା କରିଛନ୍ତି । ରାଜ୍ୟ ସରକାର ପକ୍ଷରୁ ମେଡିକାଲ୍ କଲେଜ୍ ସ୍ଥାପନ ପାଇ କୌଣସି ପ୍ରସ୍ତାବ ଆସିଲେ ଆଗାମୀ ଆର୍ଥିକ ବର୍ଷରେ ନିଶ୍ଚିତ ଭାବରେ କାର୍ଯ୍ୟ କାରି କରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ନବରଙ୍ଗପୁର ଓ ମାଲକାନଗିରି ପରି ଅନୁନ୍ନତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯେଉଁଟି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି , ସେହିପରି ଜିଲ୍ଲାକୁ ରାଜ୍ୟ ସରକାର ପାତର ଅନ୍ତର ନୀତିକୁ ବଳଭଦ୍ର ମାଝୀ ନିନ୍ଦା କରିବା ସହ ଏହି ଦୁଇଟି ଜିଲ୍ଲା ପାଇ ମେଡିକାଲ୍ କଲେଜ ସ୍ଥାପନ ପାଇ ପ୍ରସ୍ତାବ ଅତି ଶୀଘ୍ର କେନ୍ଦ୍ର ସରକାରଙ୍କୁ ପଠାଇବାକୁ ଦାବି କରିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ, ଯୁବ ନେତା ଗୌରୀ ଶଙ୍କର ମାଝୀ ଉପସ୍ଥିତ ଥିଲେ ।

Comments are closed.