Friday, March 29, 2024

Top 5 This Week

Related Posts

ଦେଶୀ ମଦ ଜବତ : ୬ ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୦/୦୩) : ୧୩୦୦ ଶହ ଲିଟର ଦେଶୀ ମଦ ଜବତ । ଏହା ସହ ୬ ଜଣ ଗିରଫ ହୋଇଥିବା ଜଣାପଡିଛି । ଏହାସହ ବୋଲେରୋ ଓ ବାଇକ ଗାଡି ଜବତ ।

ସୂଚନା ଅନୁଯାୟୀ ଭଦ୍ରକ ଅବକାରୀ ବିଭାଗ ର ମୋବାଇଲ ଟିମ ତରଫରୁ ବିଶ୍ୱସ୍ଥ ସୂତ୍ରରୁ ଖବର ଅନୁଯାୟୀ ଏକ ବୋଲେରୋ ଗାଡିକୁ ପିଛା କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ପଖିଆଗୁଡି ଛକ ନିକଟରେ ଅଟକାଇ ଯାଞ୍ଚ ବେଳେ ୧୦୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ ହୋଇଛି । ସେହିପରି ବନ୍ତ ଛକ ନିକଟରୁ ଏକ ବାଇକରେ ଚୋରା ମଦ ଚାଲାଣ ବେଳେ ୧୦୦ ଲିଟର ମଦ ଜବତ ହୋଇଛି । ବନ୍ତ ଥାନା ଅଞ୍ଚଳରେ ଚଢ଼ାଉ ବେଳେ ପ୍ରାୟ ୨୦୦ ଲିଟର ମଦ ଜବତ କରାଯାଇଛି । ଏହି ଚଢ଼ାଉ ବେଳେ ସମୁଦାୟ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ବଲେରୋ ଓ ଗୋଟିଏ ବାଇକ ମଧ୍ୟ ଜବତ କରାଯାଇଛି ବୋଲି ଅବକାରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Popular Articles