Thursday, March 28, 2024

Top 5 This Week

Related Posts

କନ୍ଧକୁଳ ସମାଜ ର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୮/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନାରାୟଣ ପୁର ଗ୍ରାମ ପଞ୍ଚାୟତ ର ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା କଲ୍ୟାଣ ମଣ୍ଡପ ରେ କନ୍ଧକୁଳ ସମାଜ ର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକଅନୁଷ୍ଠିତ ହୋଇଥିଲା ।

ଏହି ପ୍ରସ୍ତୁତ ବୈଠକରେ କନ୍ଧକୁଳ ସମାଜ ର ୧୩ଟି ଗ୍ରାମ ପଞ୍ଚାୟତ ର ସଭାପତି ଓ ଉପସଭାପତି ଉପସ୍ଥିତ ରହିଥିବା ବେଳେ ପୂର୍ବତନ ସଭାପତି ରଘୁନାଥ ନିଶିକା, ପୂର୍ବତନ ଉପ ସଭାପତି ଗୋପୀନାଥ ପେରିସିକା, ସଭ୍ୟ ହଳଧର ହୁଇକା, ଅଧିବାସୀ ଉନ୍ନୟନ ପରିଷଦ ଜିଲ୍ଲା ଉପ ସଭାପତି ବନମାଲି କାଡ୍ରାକା ମଞ୍ଚାସିନ ରହିଥିବା ବେଳେ ଆଜିକାର ବୈଠକର ସଭାପତି ରାମନାଥ କାଡ୍ରାକା ସଭାପରିଚଳା କରିଥିଲେ । ଏହି ପ୍ରସ୍ତୁତ ସଭାରେ ଉପସ୍ଥିତ କନ୍ଧକୁଳ ର ସମସ୍ତ ସଦସ୍ୟ ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ଏହି ସଭାରେ ଆଦିବାସୀଙ୍କ ପାରମ୍ପରିକ ଢାଞ୍ଚାରେ ଆଦିବାସୀ ଙ୍କ ସଂସ୍କୃତି କୁ କିଭଳି ବଜାୟ ରଖିବାକୁ ହେବ ସେ ନେଇ ଆଲୋଚନା ହୋଇଥିଲା । ଏବଂ ଆଗାମୀ କନ୍ଧକୁଳ ସମାଜ ପ୍ରତିଷ୍ଠା ଦିବସ ଆସନ୍ତା ୧ ଅପ୍ରେଲ ୨୩ ରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କନ୍ଧକୁଳ ପ୍ରତିଷ୍ଠା ଦିବସରେ ଆଦିବାସୀ ଙ୍କ ନୂତନ ବର୍ଷ ଆରମ୍ଭ ହେବ ସେହି ଠାରୁ ଆଦିବାସୀ ଙ୍କ ବର୍ଷ ଶେଷ ପର୍ଯ୍ୟନ୍ତ କ’ଣ ସବୁ ପୂଜାର୍ଚ୍ଚନା କରାଯିବ ସେହି ସମ୍ପର୍କରେ ଉକ୍ତ ପାଳନ ଦିବସରେ ଗୋଟି ଗୋଟି କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କନ୍ଧକୁଳ ର ଭଦ୍ରବ୍ୟକ୍ତି ଓ ସଦସ୍ୟ ଶଙ୍କର ହୁଇକା, ରାମରାଓ କାଡ୍ରାକା, ବିଶ୍ୱନାଥ କାଡ୍ରାକା, ଯଗେନ୍ଦ୍ର ୱାଡାକା, ଲକ୍ଷ୍ମୀ ପ୍ରାସ୍କା, ବିନାୟକ କୁଲିସିକା, ଅଶୋକ ବିଡିକା କହିଛନ୍ତି ।

Popular Articles