Friday, March 29, 2024

Top 5 This Week

Related Posts

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ମରୁଡି ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ସ୍ମାରକପତ୍ର 

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୮/୦୩) : ୧୯୫୯ ମସିହାରେ ପ୍ରତିଷ୍ଠିତ ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ, ଆଜି ଯାଏଁ ଡାକ୍ତର ଅଭାବ ସମସ୍ୟା ରହିଆସିଛି ।WhatsApp Image 2023 03 18 at 18.48.14 ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ମରୁଡି ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ସ୍ମାରକପତ୍ର 

ବହୁବାର ଗୁଣପୁର ଜନସାଧାରଣ ଆନ୍ଦୋଳନ, ଦାବୀ, ଚକାବନ୍ଦ୍, ଅନଶନ ଧର୍ମଘଟ ପରେ ଶେଷରେ ୨୦୦୨ ମସିହାରେ ,”ଉପଖଣ୍ଡ ଡ଼ାକ୍ତରଖାନାରେ” ପରିଣତ ହେଲା ଏଇ ଗୁଣପୁର ଡାକ୍ତରଖାନା । କାୟା ସିନା ବଦଳିଲା କିନ୍ତୁ ଅଦ୍ୟାବଧି ଡାକ୍ତର ସମସ୍ୟାର ସମାଧାନ ହୋଇ ପାରିନାହିଁ । ଆନ୍ଦୋଳନ କଲେ ମିଳେ ପ୍ରତିଶୃତି ଆଉ ପ୍ରତିଶୃତି । ବର୍ତ୍ତମାନ ଗୁଣପୁର ଉପଖଣ୍ଡ ବିକାଶ ପରିଷଦର ସଦସ୍ୟ ଗୁଣପୁର ଜନସାଧାରଣଙ୍କ ସହ ମିଳିତ ଭାବେ ଡାକ୍ତରଖାନା ରେ ଡାକ୍ତର ନିଯୁକ୍ତି, ରକ୍ତ ଭଣ୍ଡାର ଏବଂ ହସ୍ପିଟାଲ୍ ର ଆନୁସାଙ୍ଗିକ ବ୍ୟବସ୍ଥାର ଉନ୍ନତି କରଣ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଏକ ବିଶାଳ ରେଲିରେ ବାହାରି ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶଯୋଗ୍ୟ ଯେ, ସରକାରୀ ନିୟମ ଅନୁସାରେ ଉପଖଣ୍ଡ ଡ଼ାକ୍ତରଖାନାରେ ୧୯ ଜଣ ଡାକ୍ତର ପରିବର୍ତ୍ତେ ଗୁଣପୁର ଡାକ୍ତରଖାନାରେ ଅଛନ୍ତି ମାତ୍ର ୩ ଜଣ ସ୍ଥାୟୀ ଓ ୨ ଜଣ ଅସ୍ଥାୟୀ ଡାକ୍ତର । ଗୁଣପୁର ଉପଖଣ୍ଡ ସହ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ରର କେତେକ ଅଞ୍ଚଳ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଡ଼ାକ୍ତର ମରୁଡି କାଳ ସାଜିଛି । ସାମାନ୍ୟ ରୋଗ ପାଇଁ ରୋଗୀଙ୍କୁ ବ୍ରହ୍ମପୁର, ଭୂବନେଶ୍ଵର କିମ୍ବା ବିଶାଖାପାଟଣାକୁ ରେଫର କରିଦିଆଯାଉଛି ।WhatsApp Image 2023 03 18 at 18.48.15 ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ମରୁଡି ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ସ୍ମାରକପତ୍ର 

ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ଗୁଣପୁରଉପଖଣ୍ଡ ବିକାଶ ପରିଷଦର ଆବାହକ ସତ୍ୟ ସୁନ୍ଦର କର , ବରିଷ୍ଠ ଆଇନଜୀବି ଉମା ପଟ୍ଟନାୟକ , ୱ।ଇ ଗଣପତି , ପୈର ଉପାଧ୍ୟକ୍ଷ ଶିଵ ପ୍ରସାଦ ଗୈ।ଡ ପ୍ରମୁଖ ଏକ ବିଶାଳ ପଦଯାତ୍ରାରେ ଵାହାରି ମାନ୍ୟବର ମୁଖ୍ୟମନ୍ତ୍ରୀ , ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ , ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଯଦି ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନ କରନ୍ତି, ତେବେ ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ସେଥିପାଇଁ ସରକାର ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି ।

Popular Articles