ଝାରମୁଣ୍ଡା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ଥମ୍ଭ ସ୍ଥାପନ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୧୧/୦୩): ଲୋଇସିଂହା ବ୍ଲକ ଝାରମୁଣ୍ଡା ଗ୍ରାମରେ ଆସନ୍ତା ମାର୍ଚ୍ଚ ୧୬ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାବେଳେ ବୁଧବାର ଶୁଭସ୍ଥମ୍ଭ ସ୍ଥାପନ ହୋଇଯାଇଛି ।

ପାଇକବାହାଲ ମଠର ମହନ୍ତ ଗିରିବର ଦାସ ମହାରାଜଙ୍କ ତତ୍ୱବାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୂଜକ ଭାବେ ପଣ୍ଡିତ ଶୁକଦେଵ ତ୍ରିପାଠୀ ଓ ଟଂକାଧର ପାଣିଗ୍ରାହୀ ଦାୟିତ୍ୱ ନିର୍ବାହ କରିଥିଲେ । ଗୌନ୍ତିଆ ସଦାନନ୍ଦ ଧରୁଆ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱରେ ଥିବାବେଳେ ଗ୍ରାମବାସୀଙ୍କ ସାମୁହିକ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସୁନିଲ ଅଗ୍ରୱାଲ, ଶ୍ୟାମସୁନ୍ଦର ମେହେର, ସଚ୍ଚିଦାନନ୍ଦ ସାହୁ, ସୁଧାଂଶୁ ମହାକୁର, ମନୋଜ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.