ଆଦ୍ୟାଶା ପକ୍ଷରୁ ଫଗୁନ ଉତ୍ସବ ଆୟୋଜିତ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୧୧/୦୩): ସ୍ଥାନୀୟ ଅଞ୍ଚଳର କଳା, ସଂସ୍କୃତି ଓ କୋଶଳୀ ଭାଷାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ଆଦ୍ୟାଶା କୋଶଳୀ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଲୋଇସିଂହା ଗାନ୍ଧିସ୍ମୃତି ପାଠାଗାର ଠାରେ ଫଗୁନ ଉତ୍ସବ -୨୦୨୦ ଆୟୋଜିତ ହୋଇଯାଇଛି ।

ପ୍ରକାଶ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରବିଚନ୍ଦ୍ର ପସାୟତ, ସମ୍ମାନିତ ଅତିଥି ଭାବେ ଆଇଆଇସି ଲଳିତା ଲାକ୍ରା ଏବଂ ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ପଟେଲ ଯୋଗ ଦେଇଥିଲେ । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଧର୍ମସିଂ ମିଶ୍ରଙ୍କ ତତ୍ୱବାଧାନରେ କରୁଣାକର ବିଶ୍ୱାଳ ଓ ସରୋଜ ବିଶ୍ୱାଳ ସଭା ସଂଯୋଜନା କରିଥିବା ବେଳେ ବ୍ରଜମୋହନ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.