ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାରବର୍ଗ

0
90
ହତ୍ୟା ଅଭିଯୋଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୧୮/୦୩) : ପାରଳାଖେମୁଣ୍ଡି ସ୍ଥିତ ସାମୁଟିଆ ସାହି ରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣା । ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳା ଙ୍କ ପରିବାରବର୍ଗ ।

ମୃତ ମହିଳାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଫଳରେ ପୁଲିସ ହତ୍ୟାମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଜ୍ୟୋତି ପ୍ରାୟ ୬ ବର୍ଷ ତଳେ ପାରଳାଖେମୁଣ୍ଡି ର ସନ୍ତୋଷ ସାହକୁ ବିବାହ କରିଥିଲେ । ତେବେ ତାଙ୍କର କୌଣସି ଛୁଆପିଲା ନ ଥିବାରୁ ପରିବାରରେ ଅଶାନ୍ତି ଲାଗି ରହିଥିଲା । ବୁଧବାର ରାତିରେ ଜ୍ୟୋତି ସାନ ଭଉଣୀ କୁ ଫୋନ୍ କରି ଏଠାରୁ ନେଇ ଯିବା ପାଇଁ କହିଥିଲେ । ତେବେ ଗୁରୁବାର ସକାଳୁ ତା’ର ମୃତ୍ୟୁ ଖବର ପହଞ୍ଚିଥିଲା । ତେଣୁ ସଂପୂର୍ଣ୍ଣ ଭାବେ ଏକ ହତ୍ୟାକାଣ୍ଡ ବୋଲି ମୃତ ମହିଳାଙ୍କ ମା’ ମାଳତୀ ଜେନା ଅଭିଯୋଗ କରିଛନ୍ତି ।