Thursday, March 28, 2024

Top 5 This Week

Related Posts

ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ବିଷମକଟକ ବ୍ଲକରେ ବିରାଟ ରାଲି

ରିପୋର୍ଟ : ନରୋତ୍ତମ ପାଢୀ
ବିଷମ କଟକ, (୧୭/୩) : ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ବିଷମକଟକ ବ୍ଲକରେ ବିରାଟ ରାଲି । ଭାଇଚାରା ର ସହର ବିଷମ କଟକ, ବୁଦ୍ଧିଜୀବୀ ର ସହର ବିସମକଟକ । ବିଷମ କଟକ ରାଜା ରାଜୁଡା ର ଓ ଏତିହ୍ୟ ରେ ପରିପୂର୍ଣ୍ଣ ।

ଆଖିଦୃଷ୍ଟିଆ ବିକାଶ ସହିତ ସମସ୍ତ ଭିତ୍ତିଭୂମି ପୂର୍ଣ୍ଣ ରେ ଥିବା ଉକ୍ତ ବ୍ଲକ ହେଡ କ୍ୱାଟର କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ରାଜରାସ୍ତା କୁ ଓଲାଇଛନ୍ତି ସମସ୍ତ ଜନତା ସହିତ ସବୁ ଦଳୀୟ ଲୋକ । ତେବେ ମୁନିଗୁଡା ବ୍ଲକ କୁ ଏନ ଏ ସି ଏବଂ ଅମ୍ବାଦଳା କୁ ବ୍ଲକ ମାନ୍ୟତା ପାଇଁ ଜୋର ଧରିଛି ଏଇଠି । ଅଞ୍ଚଳ ର ବିକାଶ ଓ ଅର୍ଥନୈତିକ ପ୍ରଗତି ପାଇଁ ଉଭୟ କଂଗ୍ରେସ , ବି ଜେ ଡି , ଓ ବିଜେପି ଦଳର ସମସ୍ତ କର୍ମକର୍ତା ଆଜି ବିଷମକଟକ ମାଆ ମାର୍କମା ମନ୍ଦିର ଠାରୁ ବିରାଟ ରାଲି ରେ ବ୍ଲକ ଯାଏଁ ଶତାଧିକ ଲୋକେ ବାହାରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ରେ ଏକ ଦାବୀ ପତ୍ର ଗୋଷ୍ଠିଉନ୍ନୟନ ଅଧିକାରୀ ଙ୍କୁ ଦିଆଯାଇଛି । ତେବେ ୧୯୫୩ ମସିହା ରେ ସ୍ଥାପିତ ହୋଇଥିବା ତହସିଲ ଦୀର୍ଘ ପୁରାତନ ରେ ଅନ୍ତର୍ଭୁକ୍ତ ତହସିଲଦାର ଶ୍ରୀଯୁକ୍ତ କହଁର ଙ୍କୁ ମଧ୍ୟ ଦାବୀ ପତ୍ର ଦେଇଛନ୍ତି । ତେବେ ଏଇ ବିସମକଟକ ନିର୍ବାଚନମଣ୍ଡଳୀ ରେ ରହିଥିବା ୧୫୦୦୦ ସଂଖ୍ୟକ ଲୋକଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ସରକାର ବିସମକଟକ ବ୍ଲକ କୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦେଲେ ସରକାର ବିକାଶ ଚାହୁଁଛନ୍ତି ବୋଲି ଜଣାପଡିବ ।

Popular Articles