ନାବାଳିକା କୁ ଅପହରଣ ସହ ଗଣ ଦୁଷ୍କର୍ମ : ଅଭିଯୁକ୍ତ ଙ୍କୁ ୨୦ ବର୍ଷ ର ସଶ୍ରମ କାରାଦଣ୍ଡ

0
101
ନାବାଳିକା କୁ ଅପହରଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୭/୦୩) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳ ର ଦୁଇ ଜଣ ଯୁବକ ଗତ ୨୦୧୬ ମସିହା ରେ ଜଣେ ନାବାଳିକା କୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଘଟଣା ନେଇ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୭୦ ହଜାର ଟଙ୍କା ଜରିମାନା ଦେବା ଆଦେଶ ଦେଇଛନ୍ତି ।

ସୂଚନା କ୍ରମେ ଗତ ୨୦୧୬ ମସିହାରେ ଜଣେ ନାବାଳିକା ଘରକୁ କୁକୁଡ଼ା କିଣିବାକୁ ଯାଇ ଘରେ କେହି ନ ଥିବା ସୁଯୋଗ ନେଇ ନିକଟସ୍ଥ ଜଙ୍ଗଲକୁ ନାବାଳିକା କୁ ଅପହରଣ କରି ଦୁଇ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ଦାୟର ହୋଇଥିଲା । ଉକ୍ତ ଘଟଣା ର ଦୁଇ ଅଭିଯୁକ୍ତ ପ୍ରମୋଦ ବରିହା ଓ ଅଭିଳାଷ ବରିହା କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା । ଉକ୍ତ ନାବାଳିକା କୁ ଅପହରଣ ସହ ଦୁଷ୍କର୍ମ କରିଥିବା ବେଳେ ଦୁଇ ଦିନ ପରେ ତାଙ୍କ ଘରେ ଆଣି ଛାଡ଼ିଦେଇ ଥିଲେ । ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ପୋସ୍କୋ ଆଇନ୍ ଅନୁଯାୟୀ ଜି.ଆର ୧୭/୨୦୧୬ କ୍ରମେ ଉକ୍ତ ଦୁଇ ଅଭିଯୁକ୍ତ ବିଚାରଧୀନ ବନ୍ଦୀ ଭାବେ ଥିଲେ । ଶୁକ୍ରବାର ପୋସ୍କୋ କୋର୍ଟ ବିଚାରପତି ଅଭିଯୁକ୍ତ ଙ୍କୁ କରାଯାଇଥିବା ନାବାଳିକା ର ବୟାନ ରେକର୍ଡ ଅନୁଯାୟୀ ୭୦ ହଜାର ଟଙ୍କାର ଜୋରିମାନା ଟଙ୍କା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ନାବାଳିକା କୁ ଚାରି ଲକ୍ଷ ଟଙ୍କା ର କ୍ଷତି ପୂରଣ ପ୍ରଦାନ କରିବା ନିମନ୍ତେ ସରକାର ଙ୍କୁ ମାନ୍ୟବର ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ।