Friday, March 29, 2024

Top 5 This Week

Related Posts

ସ୍ୱର୍ଣ୍ଣ ଖତ ପ୍ରସ୍ତୁତି ଓ ଉପଯୋଗ ସମ୍ଭଦ୍ଧିୟ ସଚେତନତା ବାର୍ତ୍ତା ନେଇ ଗଡ଼ିଲା ପ୍ରଚାର ରଥ 

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୭/୦୩) : ଆଜି ରାୟଗଡା ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର, ଗୁଣୁପୁର ଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ ଓ ସ୍ୱେଚ୍ଛାସେବୀ ସଂଗଠନ ମାନବ ଅଧିକାରୀ ସେବା ସମିତି (ମାସ୍) ପକ୍ଷରୁ ସ୍ୱର୍ଣ୍ଣ ଖତ ର ପ୍ରସ୍ତୁତି ଓ ବ୍ଯବହାର ସମ୍ଭଦ୍ଧିୟ ପ୍ରସାର ନିମନ୍ତେ ପ୍ରଚାର ରଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସ୍ୱର୍ଣ୍ଣ ଖତ ପ୍ରସ୍ତୁତି ଓ ଉପଯୋଗ ସମ୍ଭଦ୍ଧିୟ ସଚେତନତା ପ୍ରଚାର ରଥ ଟି କୃଷି ବିଜ୍ଞାନ କେନ୍ଦ୍ର ରାୟଗଡା, ଗୁଣୁପୁର ଠାରୁ ଆରମ୍ଭ କରାଯାଇଥିଲା । ପ୍ରଚାର ରଥର ମୂଳ ଉଦ୍ଦେଶ୍ୟ ହେଲା, ଟୁଇନ୍ ପିଟ୍ ଟଏଲେଟ୍ କରି ମାନବ ମଳରୁ ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ ସଚେତନତା କରିବା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀଯୁକ୍ତ ରାଜିବ କୁମାର ଟୁଡୁ, ଏସ୍ ଏମ୍. ଏସ୍ ଶ୍ରୀଯୁକ୍ତ ପରିମଳ ତରାଇ ପ୍ରଚାର ରଥର ଶୁଭାରମ୍ୱ କରିଥିଲେ ଓ କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟ ବୈଜ୍ଞାନିକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ଵରାନିତ କରିଥିଲେ । ଏଥିରେ ମାସ୍ ର ଗୋଷ୍ଠୀ ସଂଯୋଜକ ଶ୍ରୀ ଦେବେନ୍ଦ୍ର ଗୌଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ । ପରିବେଶ ସୁରକ୍ଷା ଓ ଜୈବିକ ଖତ ଦ୍ୱାରା ଚାଷୀ କୂଳର ଉର୍ଣ୍ଣତିର ବାର୍ତ୍ତା ନେଇ ଗଡିଥିବା ପ୍ରଚାର ରଥ ଚାଷୀ ମାନଙ୍କର କେତେ ଉପକାରରେ ଆସୁଛି ଦେଖିବାକୁ ବାକି ରହିଲା ।

Popular Articles