Friday, October 2, 2020
Home headline ୩ଟି ଚୋରି ବାଇକ ଉଦ୍ଧାର, ରାୟଗଡା

୩ଟି ଚୋରି ବାଇକ ଉଦ୍ଧାର, ରାୟଗଡା

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା(୧୦/୦୩): ରାୟଗଡା ପୋଲିସ ଥାନା କେସ ନମ୍ବର ୭୧ର ୟୁ /ସାଇପିଏସ ୦୬:୦୩:୨୦୨୦ ରେ ଏକ ବାଇକ ଚୋରି ଅଭିଯୋଗ ହୋଇଛି |

ରାୟଗଡା ନିକଟସ୍ଥ ତୁମ୍ବିଗୁଡା ଗ୍ରାମର ଦାସୁ ମେଲେକାଙ୍କ ପୁତ୍ର ନାଗା ମେଲେକା ଗତ ୦୬ ତାରିଖ ଦିନ ନିଜର ଏକ ବାଇକ ଓଡି ୧୮ଏଫ ୧୭୪୫ ଗତ ୦୫ ତାରିଖ ଅପରାହ୍ନ ୪ ଟା ସମୟରେ ନିଜ ଘର ସାମ୍ନାରେ ରଖିଥିଲେ | କିନ୍ତୁ ଅପରାହ୍ନ ୫ ଟା ସମୟରେ ସେ ବାଇକଟି ସେଠାରେ ନ ଥିଲା | ତେଣୁ ବହୁତ ଖୋଜାଖୋଜି ପରେ ନିଜ ମୋଟର ସାଇକେଲଟି ନ ପାଇବାରୁ ରାୟଗଡା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ତାଙ୍କରି ଅଭିଯୋଗକୁ ଆଧାର କରି ରାୟଗଡା ଟାଉନ ଥାନା ଏସଆଇ ସୌମ୍ୟରଞ୍ଜନ ପତିଙ୍କ ତତ୍ଵାବଧାନରେ ଏକ ଦଳ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେ | କୌଣସି ସୂତ୍ରରୁ ଖବର ପାଇ ରାୟଗଡା ଜିଲ୍ଲାର ଚାନ୍ଦିଲି ଥାନା ଅଧିନସ୍ଥ କେ ମାଲିଗାଁ ରେ ରହୁଥିବା ସ୍ବର୍ଗତ ସିନା ହୁଇକାଙ୍କ ପୁତ୍ର ଚିଣ୍ଟୁ ରାଜୁ ହୁଇକାଙ୍କ ଭଡାଘର ଉପରେ ଛାପା ମାରି ୩ଗୋଟି ଚୋରି ବାଇକ ଜବତ କରିଥିଲେ | ଆପାଚି ମୋଟର ସାଇକେଲ (ଓଡି ୧୮ ଏଫ ୧୭୪୫), ସିବିଏକ୍ସ ଜେଡ (KC12EBM12377 ) ଗୋଟେ ବାଜାଜ କେଲୀବେର ଚେସିସ no -BDFBKE 76971ଇଂଜିନ ନମ୍ବର DDMBKE 14024 ଜବତ କରାଯାଇଛି l ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଟିକଟକରୁ ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି (୦୧/୧୦): ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା...

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦):ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦): ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ...

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ

ରିପୋର୍ଟ: ରବିଶଙ୍କର ମହାପାତ୍ର // କୋରାପୁଟ(୦୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ଶ୍ରୀ କନକମଣି ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ...

Recent Comments

%d bloggers like this: