Friday, August 14, 2020
Home 5 T programme ସାହାଯ୍ୟ ଅପେକ୍ଷାରେ ଶଯ୍ୟାଶାୟୀ ଲକ୍ଷ୍ମଣ ଭୋଇ

ସାହାଯ୍ୟ ଅପେକ୍ଷାରେ ଶଯ୍ୟାଶାୟୀ ଲକ୍ଷ୍ମଣ ଭୋଇ

ରିପୋର୍ଟ: ନିରୋଜ କୁମାର ପାଣି //
ପାଇକମାଲ (୧୦/୩): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ପ୍ରାୟତଃ ଲୋକେ ଦିନ ମଜୁରି କରି ନଚେତ ଚାଷବାସ କରିଥାନ୍ତି । ଗ୍ରାମ କଡରେ ବହିଯାଉଛି ଏକ କେନାଲ ଏବଂ କେନାଲ କଡରେ ଏକ ଝାଟିମାଟି ଘର କରି ରହୁଥିବା ନୃପ ଭୋଇଙ୍କ ପରିବାର ।

ପରିବାର କହିବାକୁ ଗଲେ ମାତ୍ର ଦୁଇ ପୁଅ ରାମ ଭୋଇ,ଲକ୍ଷ୍ମଣ ଭୋଇ, ପିତା ନୃପ ଭୋଇ । ଦୁଇ ବର୍ଷ ଆଗରୁ ପିଲାମାନେ ମାଁ ଛଉଣ୍ତ ହେବା ପରେ ନୃପ ହିଁ ମାଁ ବାପା ଦୁହିଁ ପିଲାଙ୍କ ପାଇଁ । ପରିବାରରେ ସବୁ ଠିକ୍ ଠାକ୍ ଥିଲା । ପିତା ନୃପ କ୍ଷେତରେ କାମ କରିବା ସହ ଦୁଇ ପୁଅଙ୍କୁ ମଧ୍ୟ ଭଲ ମଣିଷ କରିବେ ବୋଲି ଆଶା ବାନ୍ଧିଥିଲେ । ହେଲେ ଦୈବର ପ୍ରକୋପ ଗତ ଜାନୁୟାରୀ ମାସରେ ସାନ ପୁଅ ଲକ୍ଷ୍ମଣ ଭୋଇ(୨୦)ଙ୍କ ପଦ୍ମପୁର ସ୍ଥିତ ଗଡଭାଟି ରାସ୍ତାରେ ବାଇକ ଦୁର୍ଘଟଣା ହୋଇଗଲା । ଦୈବ ସଂଯୋଗକୁ ବାପା ନୃପଙ୍କ ମଧ୍ୟ ସେହି ଦିନ ଗାଧୋଇବା ସମୟରେ ଖସିପଡି ହାତ ଭାଙ୍ଗିଗଲା । ବାପା ଏବଂ ଭାଇଙ୍କ ଏପରି ଅବସ୍ଥାରେ ସମସ୍ତ ଦାୟିତ୍ବ ଆସିଲା ଘରର ବଡପୁଅ ରାମ ଭୋଇଙ୍କ ଉପରେ ।

ହେଲେ ସେ ନିଜର ସାହାସ ଏବଂ ପ୍ରଚେଷ୍ଟାରେ ଉଣା ନ କରି ନିଜ ଭାଇକୁ ଠିକ୍ କରିବା ପାଇଁ ପ୍ରଥମେ ବରଗଡ ଏବଂ ତାପରେ ବୁର୍ଲା ଡାକ୍ତରଖାନାକୁ ମଧ୍ୟ ନେଇ ଯାଇଥିଲେ । ହେଲେ ଦୈବର ଦାଉ ଯେମିତି ସରି ନ ଥିଲା । ସାନ ଭାଇ ଲକ୍ଷ୍ମଣଙ୍କ ଜୀବନ ତ ବଞ୍ଚି ଗଲା ହେଲେ ଚେତା ଫେରିଲା ନାହିଁ । ଘରେ ଯାହା ଥିଲା ସବୁ ବିକ୍ରି କରି ୠଣ ନେଇ ଭାଇକୁ ଠିକ୍ କରିବା ପାଇଁ ଯେତେ ଚେଷ୍ଟା କଲେ ବି ଅର୍ଥ ଅଭାବରୁ ନିଜ ଭାଇକୁ ଠିକ୍ କରେଇ ପାରିଲେ ନାହିଁ । ବର୍ତ୍ତମାନ ମଧ୍ୟ ଅଚେତ ପଡିଥିବା ନିଜ ଭାଇର ଯତ୍ନ ନେବା ସହ ନିଜ ବାପାଙ୍କ ଭଙ୍ଗା ହାତ ଠିକ ନ ହେବାରୁ ଦିନ ମଜୁରି କରି ଘର ଚଳାଉଛନ୍ତି ରାମ ଭୋଇ ।

ଏହି ବିଷୟରେ ଜାଣିବାକୁ ପାଇବା ପରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପିଡିତ ପରିବାର ପାଖକୁ ଯାଇ ସମସ୍ୟା ବୁଝିବା ସହ ସରକାର ତାଙ୍କ ତରଫରୁ ଏ ମାନଙ୍କୁ ସାହାର୍ଯ୍ୟ କରାନ୍ତୁ ଓ ବିଜୁ ସ୍ବାସ୍ଥ୍ୟ ଯୋଜନା ଦ୍ୱାରା ମିଳୁଥିବା ଅର୍ଥରେ ପିଡିତଙ୍କ ଉପଚାର କରିବା କଥା ବୋଲି ଦାବି କରିଛନ୍ତି । ବରଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: