ବନ କର୍ମଚାରୀ ଙ୍କୁ ଆକ୍ରମଣ ଉଦ୍ୟମ କଲା ଦନ୍ତା ହାତୀ

0
101
ବନ କର୍ମଚାରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୭/୦୩) : ବନ କର୍ମଚାରୀ ଙ୍କୁ ଆକ୍ରମଣ ଉଦ୍ୟମ କଲା ଦନ୍ତା ହାତୀ । ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବନକର୍ମଚାରୀ ।

ଆଉ ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଅନୁଗୁଳ ଜିଲ୍ଲାର ତାଳଚେର ବନଖଣ୍ଡ ଜଙ୍ଗଲରେ । ନିକଟରେ ଏକ ୪୧ ଟିଆ ହାତୀ ପଲ ବିଭିନ୍ନ ସ୍ଥାନରେ ଘୁରି ବୁଲିବା ସହ ଜନ ବସତି ମୁହାଁ ହେଉଥିଲେ । ହାତୀ ଗୁଡିକୁ ପୁନଃ ଜଙ୍ଗଲ ମୁହାଁ କରାଇବା ସହ ସ୍ଥାନୀୟ ଜନ ସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ନେବା କାର୍ଯ୍ୟ ସାରି ଫେରୁଥିଲେ । ବନବିଭାଗ ର ଏକ ଧଳା ରଙ୍ଗର ବୋଲେରୋ ଗାଡି ଯେଉଁଥିରେକି ପ୍ରାୟ ଛଅ ଜଣ ବନକର୍ମଚାରୀ ବସିଥିଲେ । ହଠାତ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା । ଜଙ୍ଗଲ ଭିତରୁ ବାହାରି ହାତୀଟି ଚଳନ୍ତା ବୋଲେରୋ ଟିକୁ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଗୋଡ଼ାଇ ଥିଲା । ସେପଟେ ପ୍ରାଣ ବିକଳରେ ବନ କର୍ମଚାରୀ ସେଠାରୁ ଖସି ବାରେ ସକ୍ଷମ ହୋଇଥିବା କହିଛନ୍ତି ରେଞ୍ଜର ।