୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, କାର ସହ ୩ ଗିରଫ

0
108
୧୦

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୭/୦୩) : ପୁଣି ମାଛକୁଣ୍ଡ ପୋଲିସ କୁ ବଡ ସଫଳତା । ଆନ୍ଧ୍ରରୁ ମହାରାଷ୍ଟ୍ର ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ।

ବିଶେଷ ସୂତ୍ରରୁ ଖବର ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବଙ୍ଗତଲବୀର ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରି ଅପେକ୍ଷା କରିଥିଲା । ଦ୍ରୁତ ଗତିରେ ଆସୁଥିବା ନମ୍ବର ବିହୀନ ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ୩ ବସ୍ତାରେ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣା ପଡିଥିଲା । ଏବଂ ଗାଡିରେ ଥିବା ୩ ଅଭଯୁକ୍ତ ଙ୍କୁ ଗିରଫ କରି ଯାଞ୍ଚ କରିବାରୁ ନଗତ ୩୦ ହଜାର ଟଙ୍କା ଏବଂ ୫ ଟି ମୋବାଇଲ ଜବତ କରିଛି ପୋଲିସ । ୩ ଟି ବସ୍ତାରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୧୦ ଲକ୍ଷ ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ତିନି ବ୍ୟକ୍ତି ମୁନେତ ମହାରାଷ୍ଟ୍ରର ମହମ୍ମଦ ସେଖ , ନାରାୟଣ ସାନ୍ତାରମଣ ଚୌଧାରୀ ଏବଂ ରାହୁଲ ଇରାମନ ଇଙ୍ଗେଲେ ବୋଲି ଜଣା ପଡିଛି ।