Thursday, October 1, 2020
Home Government News କୋଟପାଡ଼ରେ ଜେଏମଏଫସି ନୁତନ କୋଠା ଲୋକାର୍ପିତ

କୋଟପାଡ଼ରେ ଜେଏମଏଫସି ନୁତନ କୋଠା ଲୋକାର୍ପିତ

ରିପୋର୍ଟ: ରବିଶଙ୍କର ମହାପାତ୍ର //
କୋରାପୁଟ (୦୯/୦୩): କୋରାପୁଟ ଜିଲ୍ଲା କୋଟପାଡ଼ ଠାରେ ରବିବାର ଜେଏମଏଫସି ର ନୂତନ କୋଠା ଓଡିଶା ହାଇକୋର୍ଟ ମାନ୍ଯବର ବିଚାରପତି ଶ୍ରୀ କୃଷ୍ଣରାମ ମହାପାତ୍ରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ହାଇକୋର୍ଟର ରେଜିଷ୍ଟର ଶ୍ରୀ ପ୍ରତାପ କୁମାର ପାତ୍ର ଯୋଗ ଦେଇଥିବା ବେଳେ ମାନ୍ଯବର ଜି୍ଲା ଜର୍ଜ୍ ଶ୍ରୀ ବିମଳ ପ୍ରସାଦ ଚାନ୍ଦ ଯୋଗ ଦେଇଥିଲେ ।

ମୂଖ୍ୟ ଅତିଥି ଶ୍ରୀ ମହାପାତ୍ର ନୁତନ କୋର୍ଟର ପରିବେଶ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୋଟପାଡ଼ କୋର୍ଟରେ ଦୀର୍ଘ ୩୬ ବର୍ଷ ହେବ ନ୍ୟାୟିକ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛି । ଏହି ନୁତନ କୋର୍ଟ୍ ଆଗାମୀ ଦିନରେ ମଧ୍ୟ ଲୋକଙ୍କ ସମସ୍ୟା ସମାଧାନ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଓକିଲ ସଂଘର ସଭାପତି ଶ୍ରୀ ମଣିପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ଯତମ ସମ୍ମାନିତ ଅତିଥି ଭାବେ ମାନ୍ୟବର ଜେଏମଏଫସି ଶ୍ରୀ ରୋହିତ ରଞ୍ଜନ ମିଶ୍ର, କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟ, ତହସିଲଦାର ଶ୍ରୀ ଦୁତିକୃଷ୍ଣ ପାତ୍ର, ଅତିରିକ୍ତ ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ଦେବେନ୍ କୁମାର ପ୍ରଧାନ,ହାଇ କୋର୍ଟ୍ ବାର୍ କାଉନ୍ସିଲର ସଭ୍ୟ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ଆର ଏଣ୍ଡ ବି ନିର୍ବାହୀ ଯନ୍ତ୍ରୀ ଭାସ୍କର ସାମନ୍ତରାୟ, ଏସଡିଓ ସନ୍ଦୀପ ପାଣିଗ୍ରାହୀ, ଠିକାଦାର ଶିବ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଆଇନଜୀବି ଲିଙ୍ଗରାଜ ନାୟକ, ସୁଜିତ ପଟ୍ଟନାୟକ, ଗୁପ୍ତ ବେହେରା, ଘନଶ୍ୟାମ ବିଷୋୟୀ, ତୁଳସୀରାମ ସମରଥ, ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ନାଥ ତ୍ରିପାଠୀ, କୋରାପୁଟ ଜିଲ୍ଲା ଓକିଲ ସଂଘ ସଭାପତି ବୀରେଶ ପଟ୍ଟନାୟକ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ ଆଇନଜୀବି ଉପସ୍ଥିତ ଥିଲେ । ଉକ୍ତ ନୁତନ କୋଠାର ଅଟକଳ ମୁଲ୍ୟ ୪ କୋଟି ୧୯ ଲକ୍ଷ ଟଙ୍କା ବୋଲି ବିଭାଗୀୟ ଅଧିକାରୀମାନଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରାପ୍ତ ହୋଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: