Thursday, March 28, 2024

Top 5 This Week

Related Posts

ଓଡିଶା ମାଟିର ଗର୍ବ ଓ ଗୌରବ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ 

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡା, (୧୭/୦୩) : ଓଡିଶା ମାଟିର ଗର୍ବ ଓ ଗୌରବ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ।WhatsApp Image 2023 03 17 at 10.48.38 ଓଡିଶା ମାଟିର ଗର୍ବ ଓ ଗୌରବ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ 

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଂକଡ ପୀଠ ମା ଶାରଳା ଙ୍କ ଅନତି ଦୂର କରଡା ଗ୍ରାମ ରେ  ତାଙ୍କର ଜନ୍ମ । ପିଲାଦିନୁ ସେ ସଂଗୀତ ଅନୁରାଗୀ । ୫ମ ଶ୍ରେଣୀରୁ ସେ ହାର୍ମୋନିୟମ୍ ବଜାଇ ଗୀତ ଗାଇ ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଇଥିଲେ । ରେଢୁଆ ହାଇସ୍କୁଲ୍ ରେ ପାଠ ପଢିବା ସମୟରେ ସେ ପ୍ରଧାନ ଶିକ୍ଷକ ସ୍ୱର୍ଗତ ବ୍ରୁନ୍ଦାବନ ସ୍ୱାଇଁ ଙ୍କ ନିର୍ଦ୍ଦେଶିତ ଗୀତିନାଟ୍ୟ ଓ ଡ୍ରାମାରେ ସଂଗୀତ ନିର୍ଦ୍ଦେଶନା ଦେଇ ପ୍ରଶଂସା ସାଉଟିଥିଲେ । କଲେଜ ଜୀବନରୁ ଏଯାବତ୍ ୪୫ ବର୍ଷ ଧରି ଯାତ୍ରା ଠାରୁ ଆରମ୍ଭ କରି ଚଳଚ୍ଚିତ୍ର ପର୍ଯ୍ୟନ୍ତ ପ୍ରାୟ ୩ ହଜା୍ରୁ ଉର୍ଦ୍ଧ୍ୱ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । କେନ୍ଦ୍ର ସରକାର ଙ୍କ ଅଡିଟ ଚାକରୀ ର ବ୍ୟସ୍ତବହୁଳ ଓ କର୍ତ୍ତବ୍ୟ ପରାୟଣତା ଭିତରେ ଛୁଟି ଓ ଅବସର ସମୟରେ ଏତେ ଗୁଡିଏ ସଂଗୀତ ଭେଟି ଦେଇ ଓଡିଶାର ସଂଗୀତ ପ୍ରତି ତାଙ୍କର ଦାନ ଅତୁଳନୀୟ । ସେ ଓଡିଶା ମାଟିର ଗର୍ବ ଓ ଗୌରବ ।

ନିକଟରେ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପୁରସ୍କାର ପାଇବାରେ ସେ ପ୍ରଥମ ଅଣପେଷାଦାର ସଂଗୀତ ନିର୍ଦେଶକ । ତାଙ୍କର ଏ କାର୍ଯ୍ୟ ଶୈଳୀ ନିଷ୍ଠା ଧୈର୍ଜ୍ୟ ଓ କର୍ତ୍ତବ୍ୟ ପରାୟଣତା ପାଇଁ ତାଙ୍କୁ ବିଚାରକ ମଣ୍ଡଳୀ ସର୍ବୋତ୍ତମ ଭାବରେ ଚୟନ କରିଛନ୍ତି ଓ ଆସନ୍ତା ପୀଢି ପାଇଁ ଆଦର୍ଶ ଉଦାହରଣ ସାଜିଛନ୍ତି । ସେ ନିକଟରେ କେନ୍ଦ୍ର ସରକାରଂକ ଏ ଜି ଅଡିଟ ବିଭାଗରୁ ଅଫିସର ଭାବରେ ଅବସର ଗ୍ରହଣ କରି ସଂଗୀତ ପ୍ରତି ସମର୍ପିତ ଅଛନ୍ତି । ସେ ଏକାଧାରାରେ ଜଣେ ଗୀତିକାର କଣ୍ଠଶିଳ୍ପୀ କବି ଓ ସଂଗୀତ ନିର୍ଦ୍ଦେଶକ ମଧ୍ୟ । ଅବସର ସମୟରେ ସେ ସୁନ୍ଦର ସାବଲୀଳ ବୋଧଗମ୍ୟ କବିତା ମଧ୍ୟ ଲେଖନ୍ତି । ତାଙ୍କର ସଂଗୀତ ନିର୍ଦ୍ଦେଶନା ଓ ସଂଜୋଜନାର ଶୈଳୀ ସ୍ୱତନ୍ତ୍ର । ସ୍ରୁଜନଶୀଳତା ସହିତ ତାଙ୍କର ସ୍ୱର ସଂଜୋଜନା ବହୁତ ହ୍ରୁଦୟସ୍ପର୍ଶୀ ଓ ଦରଦୀ ଆବେଗଭରା । ସେଥିପାଇଁ ଓଡିଶାରେ ତାଙ୍କୁ ମେଲୋଡି ମେକର୍ ସଂଗୀତ ନିର୍ଦେଶକ କୁହନ୍ତି । ଖାଲି ପୁର୍ବ ଓଡିଶା ନୁହେଁ ପଶ୍ଚିମ ଓଡିଶାରେ ବି ସେ ଅନେକ ସୁନାମ ଅର୍ଜନ କରିଛନ୍ତି ।WhatsApp Image 2023 03 17 at 10.48.36 ଓଡିଶା ମାଟିର ଗର୍ବ ଓ ଗୌରବ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ 

ପଶ୍ଚିମ ଓଡିଶା ର ବରଗଡ ଜିଲ୍ଲା ବରପାଲି ବ୍ଲକ ର ସତଲମା ଗ୍ରାମ କୁ ସେ ସଂଗୀତର ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରିଛନ୍ତି । ପୂର୍ବ ଓଡିଶାର ସୁଗମ ସଂଗୀତ କୁ ଯାତ୍ରା ମାଧ୍ୟମରେ ପଶ୍ଚିମ ଓଡିଶାରେ ଲୋକପ୍ରିୟ କରାଇବାରେ ସେ ପ୍ରଥମ ସଂଗୀତ ନିର୍ଦ୍ଦେଶକ । ସେ ସ୍ରୁଜନୀ ନାମରେ ଏକ ସାଂସ୍କୁତିକ ଅନୁଷ୍ଠାନ ଗଢିଛନ୍ତି । ଖାଲି ରୁଚି ସମ୍ପୂର୍ଣ୍ଣ ମନୋରଂଜନ ଧର୍ମୀ ସଂଗୀତ ନୁହେଁ ସେ ଅନେକ ସାମାଜିକ ସଚେତନତା ଓ ଦେଶାତ୍ମବୋଧକ ସଂଗୀତ ମଧ୍ୟ ସ୍ରୁଷ୍ଟି କରିଛନ୍ତି । ନିକଟରେ ଆଜାଦିକା ଅମ୍ରୁତ ମହୋତ୍ସବ ଅବସର ରେ ଦେଶାତ୍ମବୋଧକ ସଂଗୀତ ” ମୋ ମା ମୋ ଦେଶ ” ଓ ସୁନ୍ଦର ମୋ ଓଡିଶା ଭୁଇଁ, ଉତ୍କଳ ଜନନୀ ମମତାମୟୀ ଓ ପବିତ୍ର ଭାରତ ଭୁଇଁ ପ୍ରସ୍ତୁତ କରି କେନ୍ଦ୍ର ମନ୍ତ୍ରୀ ରାମେଶ୍ୱର ତେଲୀଂକ ଠାରୁ ପୁରସ୍କୁତ ହେଇଛନ୍ତି । ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରୁ ବହୁବାର ପୁରସ୍କୁତ ହେଇଛନ୍ତି । ସେ ଜଣେ ସରଳ ମିଷ୍ଟଭାଷୀ ନିସ୍କପଟ ସ୍ସଷ୍ଟବାଦୀ ଓ ପରୋପକାରୀ ବ୍ୟକ୍ତିତ୍ୱ । ସେ କୁହନ୍ତି ଆଖିରେ ତ ଆଖିଏ ସ୍ୱପ୍ନ କିନ୍ତୁ ରାତି କମ୍ । ନିକଟରେ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା ର ପ୍ରସିଦ୍ଧ ଶୈବ ପୀଠ ମୀନାଝୋଲା ର ତ୍ରୀବେଣୀ ମହୋତ୍ସବ ଅବସରେ ୭ ଟି ଗୀତ କରି ଦକ୍ଷିଣ ଓଡିଶାରେ ପ୍ରଶଂସା ସାଉଟିଛନ୍ତି ଓ ଆଦିବାସୀ ଝିଅ ବିରାଜିନୀ ର ଦୁଇଟି ଗୀତ ରେକର୍ଡ କରି ଚର୍ଚା ରେ ଅଛନ୍ତି ।

ଅବଶିଷ୍ଟ ଜୀବନ ଆଦିବାସୀ ସଂସ୍କୁତି ଓ ଲୋକ ପରମ୍ପରା ସଂଗୀତକୁ ସେ ପ୍ରାଧାନ୍ୟ ଦେଇ ଓଡିଶା ମାଟିକୁ ସଂଗୀତ ମାଧ୍ୟମରେ ସେବା ରେ ନିଜକୁ ନିୟୋଜିତ କରିବେ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ସେ କୁହନ୍ତି Man give awards but God give rewards. ସେ କୁହନ୍ତି ଲୁହ ଯଦି ନାହିଁ ଜୀବନ ନାହିଁ । ହ୍ରୁଦୟରେ ଅନେକ ଯନ୍ତ୍ରଣାକୁ ଚାପିରଖି ଅନ୍ୟକୁ ହସଉଥିବାର ନାମ ପ୍ରକ୍ରୁତରେ ଜୀବନ । ମାନବ ସେବା ହିଁ ପ୍ରକ୍ରୁତ ସେବା । ସେବା ଆଭିମୁଖ୍ୟରେ ସେ ବିଶ୍ୱ ଓଡିଶା ନାମକ ଅନୁଷ୍ଠାନ ସହିତ ଯୋଡି ହେଇଛନ୍ତି । ବାସ୍ତବରେ ତାଂକର ସଂଗୀତ ଓ ସେବା ପ୍ରତି ସମର୍ପିତ ଜୀବନ ଅନ୍ୟ ପାଇଁ ଉଦାହରଣ । ତାଙ୍କର ଅବଶିଷ୍ଟ ଜୀବନ ପ୍ ସୁସ୍ଥ ଓ ନିରାମୟ ରଖିବାକୁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ।

Popular Articles