Thursday, October 1, 2020
Home Death Case ଅଙ୍ଗନବାଡି କର୍ମୀଙ୍କ ଦେହାନ୍ତ, ଅଂଚଳରେ ଶୋକର ଛାୟା

ଅଙ୍ଗନବାଡି କର୍ମୀଙ୍କ ଦେହାନ୍ତ, ଅଂଚଳରେ ଶୋକର ଛାୟା

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ (୦୯/୦୩): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାନାଗାଁ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି, କି ସାନ ମାତୁର ଗ୍ରାମର ତୁଳସୀ ପିଡ଼ିକା ବୟସ.୩୬ ସ୍ବାମୀ ତ୍ରିପତି, ସ୍ୱାମୀ ଘର ରାମଜିପୁଟ |

ଆଙ୍ଗନବାଡ଼ି କର୍ମୀ ତୁଳଷିଙ୍କ ଦେହ ବିଗତ ଦିନ ୬ ମାସ ଧରି ରକ୍ତଝାଡ଼ା,ବାନ୍ତି ବାରମ୍ଭାର ହୋଇଥିବା ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ନିଜ ଶିଶୁ ବିକାଶ କର୍ମୀ ହୋଇଥିବାର କାର୍ଯ୍ୟକୁ ନୀତି ଦାୟିତ୍ବ ତୁଲାଉଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ରୋଗରେ ଦେହ ଅସୁସ୍ତ ହୋଇଥିବାରୁ ଦେହ ଅଧିକ ମାତ୍ରାରେ ଦୁର୍ବଳ ହୋଇ ତୁଳସୀ ଗତ ତା୩/୩/୨୦ରୁ ତା ୧୮/୩/୨୦ ପର୍ଯ୍ୟନ୍ତ ଛୁଟିରେ ରହିବା ପାଇଁ ଶିଶୁ ବିକାଶ ଅଧିକାରୀଙ୍କୁ ପତ୍ର ଦେଇଥିଲେ | ଏତେ ଦିନରେ ଛୁଟିରେ ରହି ନିଜ ସ୍ବାସ୍ତ୍ୟକୁ ଚିକିତ୍ସା ପାଇଁ ନିଜ ସ୍ୱାମୀ ତ୍ରିପତି ସରକାରୀ ଓ ବେସରକାରୀ ହସପିଟାଲ ମାନଙ୍କରେ ଦେଖାଇବା ପାଇଁ ତାକୁ କୋରାପୁଟ, ଆନ୍ଧ୍ରର ପାର୍ବତିପୁରମ ଓ ଭିଶାଖାପାଟନମ ସ୍ବାସ୍ତ୍ୟ କେନ୍ଦ୍ରରେ ଦେଖାଯିବା ପରେ ମଧ୍ୟ ଦେହ ସୁସ୍ଥ ହୋଇ ପାରି ନ ଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ଆଜି ରାତ୍ର ଭୋର ସକାଳ ୩ ଘଣ୍ଟିକା ସମୟରେ ମୃତ୍ୟୁବରଣ ହୋଇଥିଲା | ଉକ୍ତ ଘଟଣାର ଖବର ଦୁଇ ଗୋଟି ପଞ୍ଚାୟତ କାନାଗାଁ ଓ କୁମ୍ଭଗାଁଣ୍ଡା ପଞ୍ଚାୟତର ଅଙ୍ଗନବାଡି ସମସ୍ତ କର୍ମୀ ଓ ପଞ୍ଚାୟତର ଦାୟିତ୍ୱରେ ଥିବା ଏ.ଏନ.ଏମ. ସୁକାନ୍ତି ସାହୁ ଓ ପ୍ରମିଳା ନଳା ଉପସ୍ଥିତ ରହିଥିଲେ । ମୃତ୍ୟୁ ହୋଇଥିବା ତୁଳସୀଙ୍କ ଗୋଟିଏ ପୁତ୍ର ସନ୍ତାନ ନକ୍ଷେତ୍ର ମେଲେକା ମାଙ୍କ ବିନା ବହୁତ ଦୁଃଖ କଷ୍ଟରେ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: