Friday, March 29, 2024

Top 5 This Week

Related Posts

ପ୍ରଗତି ସମବାୟ ସମିତି ତାରଫରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡା, (୧୬/୩) : ରାୟଗଡ଼ା ଜିଲ୍ଲା ବିଷମକଟକ ରେ ଆଜି ପ୍ରଗତି ସମବାୟ ସମିତି ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣମଣ୍ଡପ ଠାରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 03 17 at 10.42.09 ପ୍ରଗତି ସମବାୟ ସମିତି ତାରଫରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

କାର୍ଯ୍ୟକ୍ରମ ରେ ପ୍ରଗତି ସମବାୟସମିତି ର ମୂଖ୍ୟ କର୍ଯ୍ୟନିର୍ବାହୀ ଶ୍ରୀମାନ ତପନ କୁମାର ବିଶ୍ୱାଳ କାର୍ଯ୍ୟ ପରିଚାଳନା କରି ଅତିଥି ମାନଙ୍କୁ ସ୍ଵାଗତକରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ କାର୍ଯକ୍ରମ ର ପରିଚାଳନା କରିଥିଲେ । ଚାଷୀ ମାନଙ୍କ ପାଇଁ କାର୍ଯ୍ୟକ୍ରମ ରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଉଥିଲା ଯେଉଁଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଡାକ୍ତରୀ ଚିକିତ୍ସା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ପରିଶେଷରେ ବିଷମକଟକ ବ୍ଳକ୍ ର ସଫଳ ଚାଷୀ ମାନଙ୍କୁ ପୁରସ୍କାର ବିତରଣ ସହ କାର୍ଯ୍ୟକ୍ରମ ର ସମାପନ ହେଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ନାୟକ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଇଫକୋର ସହ କ୍ଷେତ୍ର ପରିଚାଳକ ଶ୍ରୀଯୁକ୍ତ ତାପସ କୁମାର ସାହୁ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ରେ ୩୦୦ ରୁ ଅଧିକ ଚାଷୀ ଉପସ୍ଥିତି ରହିଥିଲେ ।

Popular Articles