Thursday, October 1, 2020
Home Farmer Issue ନବରଂଗପୁରରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ

ନବରଂଗପୁରରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ //
ନବରଂଗପୁର(୦୯/୦୩): ନବରଂଗପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲା ନିର୍ମାଣ ଶ୍ରମିକ ସେବା ସପ୍ତାହ ୨୦୨୦ ସ୍ଥାନୀୟ ପୁରୁଣା ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନବରଂଗପୁର ବିଧାୟକ ସଦାଶିବ ପ୍ରଧାନୀ , ସମ୍ମାନିତ ଅତିଥି ରୂପେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା , ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର , ଜିଲା ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର , ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ରମାକାନ୍ତ ନାୟକ ,ଡ଼ଃ ସୁକାନ୍ତ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ନିର୍ମାଣ ଶ୍ରମିକ ବୋର୍ଡ଼ରେ ନିଜ ନାମ ପଞ୍ଜିକରଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ବିଭିନ୍ନ ସହାୟତାର ଲାଭ ନେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିବାର ପାଇଁ ମୋଟ ୫୦ ଜଣଙ୍କୁ ୭୭ ଲକ୍ଷ ୫୦ ହଜାର , ୧୩୬ ଜଣ ଶ୍ରମିକ ଝିଅ ବାହାଘର ନିମନ୍ତେ ୫୪ ଲକ୍ଷ ୫୦ ହଜାର , ଶିକ୍ଷା ସହାୟତା ନିମନ୍ତେ ୪୫୧ ଜଣଙ୍କୁ ୧୬ ଲକ୍ଷ ୧୫ ହଜାର , ମାଆ ମାନଙ୍କୁ ମେଟରନିଟି ସହାୟତା ନିମନ୍ତେ ୪୧ ଜଣଙ୍କୁ ୪୧ ହଜାର ଟଙ୍କା ଓ ପରିଚୟ ପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗଇପାଇ ପରିଚାଳନା କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: