ଉପଖଣ୍ଡ ରେ ଗୋଟିଏ ବି ବିଶେଷଜ୍ଞ ନଥିବା ଯୋଗୁଁ ଜନସାଧାରଣ ଅସୁବିଧା ର ସମ୍ମୁଖୀନ

0
164
ଉପଖଣ୍ଡ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୭/୦୩) : ଆଜି ସ୍ୱାସ୍ଥ୍ୟ ବିଭାଗ ସଚିବ ଶାଲିନି ପଣ୍ତିତ ଙ୍କ ସହ ମାନ୍ୟବର ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗୋମ।ଙ୍ଗ ବିଜୁ ସ୍ୱାସ୍ଥ୍ୟ ଉପଦେଷ୍ଟା ଶ୍ରୀ ସୁଧିର ଦାସ ଭେଟି ରାୟଗଡ଼ା ଓ ଗୁଣପୁର ଉପଖଣ୍ଡ ରେ ବିଶେଷଜ୍ଞ ପଦବୀ ଖାଲିଥିବା ତଥା ଗୁଣୁପୁର, ଉପଖଣ୍ଡରେ ଗୋଟିଏ ବି ବିଶେଷଜ୍ଞ ନଥିବା ଯୋଗୁଁ ଜନସାଧାରଣ ବହୁତ୍ ହଇରାଣ ହଉଥିବା ସଚିବଙ୍କୁ ଅବଗତ କରାଇଥିଲେ ।

ଗୁମୁଡା କୁ CHC ମାନ୍ୟତା ଦେବା ତଥା ଗୁଣପୁର ଠାରେ ୧୯ କୋଟି ତଥା କାଶିପୁର ବ୍ଲକ ରେ ନଅ କୋଟି ବ୍ୟୟ ରେ ନିର୍ମିତ ହେବାକୁ ଥିବା କୋଠା ଯଥା ଶୀଘ୍ର ଟେଣ୍ଡର କରି କାର୍ଯ୍ୟ ସମାପାନ କରିବା ନିମନ୍ତେ ଅନୁରୋଧ କରିଥିଲେ, ସଚିବ ଶ୍ରୀମତୀ ପଣ୍ଡିତ ପ୍ରଥମେ ବିଶେଷଜ୍ଞା ମାନଙ୍କୁ ପଠେଇ ବା ସହ ଆସନ୍ତା ଏପ୍ରିଲ ଓ ସେପ୍ଟେମ୍ବର ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ ହୋଇଯିବ ବୋଲି ପ୍ରକାଶ କରିଛନ୍ତି । ତୁରନ୍ତ ସମସ୍ତ ନିର୍ମାଣଧିନ ମେଡିକାଲ building ଯୁଦ୍ଧକାଳୀନ ଭତ୍ତିରେ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଲୋକମାନେ ଅନ୍ତଃଜିଲ୍ଲା ରେ କିପରି ସୁବିଧା ପାଇପାରିବେ ସେ ଉପରେ ଆଲୋଚନା ହୋଇଥିଲା ।